ନର୍ଲାରେ ୮୦ତମ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ୮୦ ତମ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲା ସିଡିପିଓ ଅଞ୍ଜଳି ପଟ୍ଟନାୟକ, ନର୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ବଦ୍ରୀପ୍ରସାଦ ମିଶ୍ର, ବ୍ଲକ ସାମାଜିକ ଅଧିକାରୀ ପ୍ରଦୀପ ବେହେରା, ମଞ୍ଚାସୀନ ହୋଇ ୮୦ ତମ ସ୍ୱାଧିନତା ଦିବସ ପାଳନ ପାଇଁ ଖସଡା ପ୍ରସ୍ତୁତ କରିଥିଲେ। ବିଏସଏସଓ ଶ୍ରୀ ବେହେରା ପ୍ରଥମେ ଗତ ବର୍ଷ ଅଗଷ୍ଟ ପନ୍ଦର ପାଳନର ବିବରଣୀ ପଠନ କରିଥିଲେ। ସ୍ୱାଧିନତା ଦିବସ ବର୍ଷାଦିନ ଅଗଷ୍ଟ ମାସରେ ହେଉଥିବାରୁ ବର୍ଷାର ସମ୍ଭାବନା ରହିଛି। ଏଣୁ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଗତବର୍ଷ ଭଳି ପ୍ରଭାତ ଫେରି ହେବ। ଏଥି ନିମନ୍ତେ ଅଗଷ୍ଟ ୧୪ ଦିନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ନର୍ଲା ହାଇସ୍କୁଲ ଓ ନର୍ଲା ସରସ୍ୱତୀ ଶିଶୁ/ବିଦ୍ୟା ମନ୍ଦିରରେ ବିଭିନ୍ନ ପ୍ରତିଯୋଗୀତା ଗୁଡିକ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି। ଗଣ ପ୍ୟାରେଡକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଅଗଷ୍ଟ ୧୨/୧୩ ଓ ୧୪ ତାରିଖ ତିନିଦିନ ଧରି କଲେଜ ଓ ବିଦ୍ୟାଳୟ ଗୁଡିକର ମିଳିତ ପ୍ୟାରେଡ ଅଭ୍ୟାସ ନର୍ଲା ଖେଳ ପଡିଆରେ ଅନୁଷ୍ଠିତ ହେବ। ଏଥିରେ ଜବାହର ନବୋଦ୍ଦୟ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ମାଉଣ୍ଟେନ କିଡସ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ପରେଡ ଅଭ୍ୟାସ କରିବା ପାଇଁ ଉପସ୍ଥିତ ଉପରୋକ୍ତ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁରୋଧ କରିଥିଲେ। ଏଥିପାଇଁ ନର୍ଲା ହାଇସ୍କୁଲ, ନର୍ଲା ଯୁକ୍ତଦୁଇ ଓ ଡିଗ୍ରୀ କଲେଜ ଏବଂ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ଶାରିରୀକ ଶିକ୍ଷକଙ୍କୁ ଦାଇତ୍ୱ ଅର୍ପଣ କରିଥିଲେ ବିଡିଓ ଶ୍ରୀ ଦୀପ। ନର୍ଲା ମୁଖ୍ୟାଳୟ ଆଖପାଖର ସମସ୍ତ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ମାନେ ନିଜ ନିଜ ସ୍କୁଲ, କଲେଜ ଗୁଡିକରେ ୭.୧୫ ରେ ପତାକା ଉତ୍ତୋଳନ ସମାପନ କରି ନର୍ଲା ହାଇସ୍କୁଲ ଗ୍ରାଉଣ୍ଡକୁ ଆସିବେ। ହାଇସ୍କୁଲ ଗ୍ରାଉଣ୍ଡରେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଗଣ ପତାକା ଉତ୍ତୋଳନ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ସ୍ଥିରିକୃତ ହୋଇଥିଲା। ଦେଶାତ୍ମ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପତାକା ଉତ୍ତୋଳନ ପରେ ଅନୁଷ୍ଠିତ ହେବ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ପୂର୍ବବର୍ଷ ଭଳି ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଥିଲା। ଏହାବାଦ ଚଳିତ ବର୍ଷ ଦୁଇଗୋଟି କ୍ରୀଡ଼ା ଖୋ ଖୋ ଓ କବାଡି ପ୍ରତିଯୋଗିତା କୁ ଏଥିରେ ସାମିଲ କରାଯିବ ଓ ପ୍ୟାରେଡ ରେ ଅଂଶ ଗ୍ରହଣ କରୁଥିବା ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ଓ କ୍ରୀଡ଼ା ଶିକ୍ଷକ ମାନେ କାର୍ଯ୍ଯକ୍ରମ ରେ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମରେ ଆରଡବ୍ଲୁଏସଏସ ର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଭୋଳାନାଥ ଦାସ, ଯୁକ୍ତଦୁଇ କଲେଜ, ଡିଗ୍ରୀ କଲେଜ, ମାଉଣ୍ଟେନ ସ୍କୁଲ ର ଅଧ୍ୟାପକ, ସରସ୍ୱତୀ ଶିଶୁ ମନ୍ଦିର ର ଆଚାର୍ଯ୍ୟ ତୁଳସୀ ବିଶି, ସିଆରସିସି ହେମନ୍ତ ସାହୁ, ଆରଡବ୍ଲୁ ଏସଏସ କର୍ମଚାରୀ ସନତ କୁମାର ନାୟକ, ଷ୍ଟେଟ ବ୍ୟାଙ୍କ ନର୍ଲା ଶାଖା ପରିଚାଳକ, ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ, ନର୍ଲା ଅଗ୍ନିଶମ ବିଭାଗ କର୍ମଚାରୀ, ଜବାହର ନବୋଦ୍ଦୟ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟର ଶିକ୍ଷକ ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିବା ସହିତ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.