ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପରେ ବାଲିଗୁଡା ଓ ସିପାଞ୍ଜିରୀ ଦଳ ବିଜୟୀ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏଥିରେ ବାଲିଗୁଡା ସମେତ ସୀତାପଡି, ସୁଣ୍ଡରୁମିଲା,ସଲଗାପଦର, ଡୋପାସାହି, ସିନ୍ଦ୍ରିଗାଁ, ବରିପଡା, ବାରଖମା,ସିପାଞ୍ଜିରୀ, ପାଦେରୀପଡା, ବାଲିସୁଗା, ଓ ପାକୁଲଦା ଗ୍ରାମର ଫୁଟବଲ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଗୁରୁବାର ର ପ୍ରଥମ ମ୍ୟାଚ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଏକାଦଶ ବନାମ ବରିପଡା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଏକାଦଶ ୩-୧ଗୋଲ ରେ ବିଜୟୀ ହୋଇଥିଲା l ଦ୍ୱିତୀୟ ମ୍ୟାଚ ବାରଖମା ଏକାଦଶ ବନାମ ସିପାଞ୍ଜିରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇ ୧-୦ ଗୋଲ ରେ ସିପାଞ୍ଜିରୀ ଏକାଦଶ ଦଳ ବିଜୟୀ ହୋଇଥିଲା l ଏଥିରେ ରେଫେରୀ ଭାବେ ଶମ୍ଭୁନାଥ ମଲିକ, ତ୍ରିନାଥ ମଲିକ, ଟାର୍ଜନ ଦିଗାଳ, ଓ ସଞ୍ଜୟ ବେହେରା ଉପସ୍ଥିତ ରହି ସୁଚାରୁ ଭାବେ ପରିଚାଳନା କରିଥିଲେ l ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ଇଲିଆସ ଦିଗାଳ, ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ସୂର୍ଯ୍ୟ ନାରାୟଣ ସୁଆର, ସୌମ୍ୟ ରଞ୍ଜନ ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଶୁକ୍ରବାର ଦିନର ପ୍ରଥମ ମ୍ୟାଚ ପାଦେରୀପଡା ସହ ବାଲିସୁଗା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ସୀତାପଡି ସହ ସୁଣ୍ଡରୁମିଲା ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.