ଅବ୍ୟବସ୍ଥାରେ ଡ଼ୁମେରପଡା ପ୍ରାଥମିକ ବିଦ୍ୟାଳୟ: ପ୍ରଧାନ ଶିକ୍ଷକଙ୍କ ମନମାନି ଯୋଗୁଁ ଶ୍ରେଣୀ କୋଠରୀରେ ଚାଉଳ ବସ୍ତା ଓ ଛାତ୍ର ଛାତ୍ରୀ !

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ

ବିପଦରେ କୁନିକୁନି ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ଡ଼ୁମେରପଡା ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଦେଇ ଗତି କରୁଛି । ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ଥିବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର ମଧ୍ୟ ରହିଛି କିନ୍ତୁ ପ୍ରଧାନ ଶିକ୍ଷକ ସଂଜୀବ କୁମାର ଛତର ଙ୍କ ମନମାନି ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ରଖିଥିବା ଚାଉଳ, ଡାଲିକୁ ରୋଷେଇ ଗୃହରେ ପର୍ଯ୍ୟାପ୍ତ ଜାଗା ଥିବା ସତ୍ତ୍ୱେ ସେଠି ନ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରେଣୀ କୋଠରୀରେ ରଖୁଛନ୍ତି l ଯଦ୍ୱାରାକି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟ ରହୁଛି l ୫୦ କେଜି ବିଶିଷ୍ଟ ଚାଉଳ ଅଖା କୁନିକୁନି ଶିଶୁଙ୍କ ପାଖେ ରହୁଥିବାରୁ କେତେବେଳେ ଯେ କଣ ଅଘଟଣ ଘଟିବ ଓ ସାପ କିମ୍ବା ଅନ୍ୟ ବିଷାକ୍ତ ସରୀସୃପର ଭୟ ରହୁଛି ବୋଲି ଚିନ୍ତାରେ ଅଭିଭାବକ ଅଭିଯୋଗ କରିଛନ୍ତି!ଛାତ୍ରଛାତ୍ରୀମାନେ କେତେ ସୁରକ୍ଷିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏପଟେ ଶିକ୍ଷା ବିଭାଗର ଜିଲ୍ଲା କିମ୍ବା ବ୍ଲକ ଅଧିକାରୀ ବିଦ୍ୟାଳୟ ମାନଙ୍କୁ ନିୟମିତ ପରିଦର୍ଶନ କରୁ ନ ଥିବାରୁ ଓ ସିଆରସିସି ମାନଙ୍କ ଉପରେ ପରିଦର୍ଶନ କାର୍ଯ୍ୟ ନ୍ୟସ୍ତ କରିଥିବାରୁ ବିଦ୍ୟାଳୟ ମାନଙ୍କରେ ଏଭଳି ଅବ୍ୟବସ୍ଥା ପରିଲକ୍ଷିତ ହେଉଛି ବୋଲି ଅଭିଯୋଗ ହେଉଛି l ପ୍ରଧାନ ଶିକ୍ଷକ ସଂଜୀବ କୁମାର ଛତର କୁ ପଚାରିବାରୁ କୋଠରୀ ନ ଥିବାରୁ ରଖିଛୁ ବୋଲି ପ୍ରତକ୍ରିୟା ରଖିଥିଲେ।ବିଇଓ ଶାନ୍ତନୁ ପଢ଼ିଆରୀ ଙ୍କୁ ଫୋନ କରିବାରୁ ଫୋନ ଉଠାଇ ନ ଥିଲେ।ଶିକ୍ଷା ବିଭାଗ ର ଢିଲା ବ୍ୟବସ୍ଥା ଯୋଗୁ ଅନେକ ଜାଗାରେ ଅନେକ ସମସ୍ୟା ଲାଗିରହିଛି।କିଛି ବଡ଼ ଅଘଟଣ ଘଟିବା ପୂର୍ବରୁ ସମସ୍ୟାର ସମାଧାନ କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.