ଓଡ଼ିଆ ବାର୍ତ୍ତା/ କଟକ ସଦର (ଜଗନ୍ନାଥ ଆଚାର୍ଯ୍ୟ): ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାହାଙ୍ଗା ବିକାଶ ପରିଷଦର ମିଳିତ ସହଯୋଗରେ ମହାନ ସାଧକ, ସଂଗ୍ରାମୀ ତଥା ଶିକ୍ଷାବିତ୍ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ୧୭୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ କଟକର ଶ୍ରୀରାମଚନ୍ଦ୍ର ଭବନଠାରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଯାଇଛି। ମାହାଙ୍ଗା ବିଧାୟକ ତଥା ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଭାଷାବିତ୍ ପ୍ରଫେସର ଡକ୍ଟର ନଟବର ଶତପଥୀ, ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ଶ୍ରୀଯୁକ୍ତ ରାଜୀବ କୁମାର ଷଡ଼ଙ୍ଗୀ ସମ୍ମାନନୀୟ ବକ୍ତା ଏବଂ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା, କର୍ପୋରେଟର ଗଗନ ଓଝା, ହେମନ୍ତ କୁମାର ସେଠୀ, ସଞ୍ଜୟ ଦାସ, ନବ କୁମାର ଦାସ, ସୁଶୀଲ ସ୍ୱାଇଁ, ବିଜୟାନନ୍ଦ ବାରିକ, ଶିବ ନାରାୟଣ ନାୟକ, ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।





