ଦେଖୁଥିଲେ କେବେ ସ୍ବପ୍ନ ସରିବନି
ତମେ ଥିଲେ ପାଖେ ସାଥି
ସ୍ବପ୍ନ ଝରୁଥିବ ଗହନ ନିଦରେ
ଦିନ ଲାଗୁଥିବ ରାତି।
ହସୁଥିଲେ କେବେ ହସ ସରିବନି
ତମେ ଥିଲେ ପାଖେ ସାଥି
ମହୁ ଝରୁଥିବ ଶୁଖିଲା ଓଠରେ
ଲୁହ ଲାଗୁଥିବ ମୋତି।
କହୁଥିଲେ କେବେ କଥା ସରିବନି
ତମେ ଥିଲେ ପାଖେ ସାଥି
ଖୁସି ଝରୁଥିବ ହୃଦୟ ଦୁଆରେ
ଦୁଃଖ ଲାଗୁଥିବ ସ୍ମୃତି।
ଚାଲୁଥିଲେ କେବେ ବାଟ ସରିବନି
ତମେ ଥିଲେ ପାଖେ ସାଥି
ଫୁଲ ଝରୁଥିବ ଜୀବନ ବାଟରେ
କଣ୍ଟା ଲାଗୁଥିବ ଝୋଟି।