ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଜୁନାଗଡ଼ ବିଜେଡିର ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ରାଜ୍ୟର କୋଣ ଅନୁକୋଣରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଛି । ଏହି କ୍ରମରେ ‘ଓଡ଼ିଶା ମୋ ପରିବାର’ ଆନୁକୂଲ୍ୟରେ ବିଜୁ ଯୁବ-ଛାତ୍ର ଜନତାଦଳ ଜୁନାଗଡ଼ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ଼ ସଂସ୍କୃତି ଭବନ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜେ ରକ୍ତଦାନ କରି ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଅନ୍ୟମାଙ୍କ ମଧ୍ୟରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବନିଶଙ୍କର ନିଆଲ, ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର,

Udyog Nursery
Udyogi Nursery

ଜିଲ୍ଲା ଯୁବସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ମହିଳା ସଭାପତି ଲଳିତା ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟା ସୁଧିରା ମେହେର, ଜୁନାଗଡ଼ ବ୍ଳକ ଅଧ୍ୟକ୍ଷ୍ୟା ସବିତା ମେହେର, ଜୁନାଗଡ଼ ପେକ୍ସ ସଭାପତି ସୁଧାଂଶୁ ବରାଡ଼, ଜୁନାଗଡ଼ ବ୍ଳକ ସଭାପତି ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ସଭା ପରିଚାଳନା କରିଥିଲେ ମହେଶ ସାହୁ । ଏହି ଶିବିରରେ ସର୍ବମୋଟ ୧୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶେଷରେ ଜୁନାଗଡ଼ ବିଜୁ ଯୁବଜନତା ଦଳ ସଭାପତି ହିମାଂଶୁ ପୁଝାରୀ ସମସ୍ତ ରକ୍ତ ଦାତା ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.