ରେଙ୍ଗାଲପାଲି ଧାନ ମଣ୍ଡି ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଖରିଫ୍ ଋତୁ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଥିବା ବେଳେ ପୁଝାରୀଗୁଡା ସେବା ସମବାୟ ସମିତି ଅଧିନରେ ଥିବା ରେଙ୍ଗାଲପାଲି ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ପ୍ୟାକ୍ସ ସଭାପତି ଲଲିତ କୁମାର ନାଏକ, ଜୟପାଟଣା ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଲାବାଣ୍ୟ ବାଣୁଆ, ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଆଶ୍ବର୍ଯ କୁମାର ଦାସ ପ୍ୟାକ୍ସ ସଭ୍ୟ ଧନେଶ୍ଵର ପୁଞ୍ଜି, ଚାଷୀ ପ୍ରତିନିଧି ଧନସିଙ୍ଗ ଶବର, ବିରଞ୍ଚି ନାଏକ ପ୍ରକାଶ ସହୁ ପ୍ରମୁଖ ଉପସ୍ଥିତ ରହି ଥିଲେ। ଏଥିରେ ଆର୍ ଏମ୍ ସି ର କର୍ମଚାରୀ ରାହାସ ଧଙ୍ଗଡା ମାଝୀ, ମୋହନ ଧଙ୍ଗଡାମାଝୀ, ତଥା ପୁଝାରୀ ଗୁଡା ପ୍ୟାକ୍ସର ସମ୍ପାଦକ ଯଶୋବନ୍ତ ନାଗ ଡି ଇ ଓ ରମେଶ ନାଏକ, ବିରଞ୍ଚି ନାଏକ, ମିଳର୍ସ ପ୍ରତିନିଧି ଏବଂ ଚାଷୀ ମାନେ ଉପସ୍ଥିତ ରହି ଥିଲେ। କିଭଳି ଭାବରେ ସମସ୍ତ ଚାଷୀଙ୍କ ଧାନ ମଣ୍ଡି ବିକ୍ରୟ ହୋଇପାରିବ କଟନୀ ଛଟନୀ ସମସ୍ୟା ସହ ଧାନ ଉଠାଣରେ ଚାଷୀ ମାନେ ଅସବିଧାର ସମ୍ମୁଖୀନ ନ ହେବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଧାନ କ୍ରୟ କରୁଥିବା ସଂସ୍ଥାକୁ ଚାଷୀମାନେ ଅନୁରୋଧ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.