ମା ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ ଜଳତାମୁଣ୍ଡା ମହାଭାରତ ଖେଳ ପଡିଆଠାରେ ମାଁ ମାଉଳି ନକଆଉଟଫୁଟବଲ ଟୁର୍ଣ୍ଣାମେଣ୍ଟ ଜଳତାମୁଣ୍ଡା ରବିବାର ଉଦଘାଟିତ ହୋଇଛି। ଉଦଘାଟନୀ ଦିବସର ପ୍ରଥମ ମ୍ୟାଚ୍ ଝାରକୁଣ୍ଡାମାଲ ଓ ସିର୍ଲିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରକୁଣ୍ଡାମାଲ ୧-୦ ଗୋଲରେ ବିଜୟୀ ହୋଇଛି। ଦ୍ଵିତୀୟ ମ୍ୟାଚ ବାନେର ଓ ବଡ଼ଟେମରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଦଳ ୧-୧ରେ ବରାବର ଥିବାବେଳେ ପେନାଲଟି କିକ ମାଧ୍ୟମରେ ବାନେର ଦଳ ବିଜୟୀ ହୋଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ଅତିଥି ଙ୍କ ମଧ୍ୟରେ ସଲ୍ୟ କୁମାର ଶବର, ଦୀନବନ୍ଧୁ ବିହାରୀ, ନୀଳାମ୍ବର ଜାଲ, ମଙ୍ଗରାଜ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ରାଜୁ ଶବର ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସମ୍ୟାନ ଭାବେ ଗଣେଶ ଶବରଓ ଅଭୟ ଭୋଇ ସହଯୋଗ କରିଥିଲେ।ବାବୁଲାଲ ଶବର ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନ ର ମୋହନ ଶବର, କମଳ ଶବର ଓଏବଂ ଶବର ବ୍ରଦର୍ସ ଜଳତାମୁଣ୍ଡା ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.