ଆରମ୍ଭ ହେଲା ନବରାତ୍ର ପୂଜା: ଚଳଚଞ୍ଚଳ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବି ମାଁ ମଝିଘରିଆଣୀଙ୍କ ପୀଠ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ଚଳଚଞ୍ଚଳ ହୋଇଉଠିଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବି ମାଁ ମଝିଘରିଆଣୀଙ୍କ ପୀଠ । ମଧ୍ୟ୍ୟ ରାତ୍ରି ଠାରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଁ | ଏହି ସୁନା ବେଶର ଦର୍ଶନ ପାଇଁ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ନବରାତ୍ର ପୂଜା ପୂର୍ବରୁ ମାଁ ଙ୍କ ଖଣ୍ଡା ପୂଜାର ରହିଛି ସ୍ୱତନ୍ତ୍ର ପରମ୍ପରା । ବାଲି ଭୈରବ ଙ୍କ ପୂଜା ପରେ ପରେ ଖଣ୍ଡାକୁ ସ୍ୱତନ୍ତ୍ର ଭାବେ ପୂଜକ ଓ ସେବାୟତ ଙ୍କ କରକମଳରେ ଧୋଇ ରଖା ଯାଇଥାଏ ତାହାକୁ ନବ ରାତ୍ର ନିମନ୍ତେ ଦଶହରା ଖଣ୍ଡା ଭାବେ ଅବସ୍ଥାପିତ କରାଯାଏ | ତେଣୁ ଆଜିଠାରୁ ଦଶହରା ପର୍ଯ୍ୟନ୍ତ ମାଁ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି | ଏହି ସୁନା ବେଶରେ ମାଁ ଙ୍କ ଦର୍ଶନ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ଆଉ ମଧ୍ୟ ଦଶହରା ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ଭକ୍ତିର ସହ ଦର୍ଶନ କରିବାକୁ ଆଗଭର ରହିଥିବା ପରିଲକ୍ଷିତ ହୋଉଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.