ଓଏଏସ ପାଇଥିବା ଜଗବନ୍ଧୁ ମେହେରଙ୍କୁ ବଲାଙ୍ଗୀର ସାସଂଦଙ୍କ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧିଙ୍କ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ସଦର ବ୍ଲକର ଖରଜୁରା ଗ୍ରାମ ପଞ୍ଚାୟତ ବାଘପାଲି ଗ୍ରାମର  ପିତବାସ ମେହେର ଏବଂ ଯଜ୍ଞ ମେହେରଙ୍କ ପୁଅ ଜଗବନ୍ଧୁ ମେହେର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୦୬ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବଢାଇଛନ୍ତି। ତେଣୁ ଆଜି ବଲାଙ୍ଗିର ସାସଂଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ଶରତ ଶତପଥୀ ଶ୍ରୀ ମେହେରଙ୍କ ବାସଭବନ ବାଘପାଲିକୁ ଯାଇ ତାଙ୍କ ତରଫରୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏବଂ ତାଙ୍କର ବକ୍ତବ୍ଯରେ ଆମ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ ବଢାଇଥିବାରୁ ତାଙ୍କୁ ଧନ୍ଯବାଦ ଜଣାଇବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରି ଆଶ୍ରିବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.