ଅଗଷ୍ଟ ୨୩ରେ ମ.ରାମପୁର ନୂତନ ବସଷ୍ଟାଣ୍ଡ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ନୂତନ ଭାବେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଇଥିବା ବେଳେ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶିଳାନ୍ୟାସ କରିବେ ବୋଲି ଜଣା ପଡିଛି। ମ.ରାମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସାମ୍ନା ଭାଗରେ ନୂତନ ବସଷ୍ଟାଣ୍ଡ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ପୂର୍ବରୁ ସରିଥିବା ବେଳେ ଆଜି ଓଏସଆରଟିସିର ଡିଟିଏମ୍ ଅମୀର ପଟ୍ଟନାୟକ ଜମି ପରିଦର୍ଶନ କରିବା ସହ ଏହା ଏକ ସୁନ୍ଦର ସ୍ଥାନ ବୋଲି ମତ ପ୍ରକାଶ କରିଥିଲେ। ଏହି ପରିଦର୍ଶନ ସମୟରେ ରେଭିନ୍ୟୁ ସୁପରଭାଇଜର କାର୍ତ୍ତିକ ସୁନା, ମ.ରାମପୁର ଆରଆଇ ନୀତିଶ କୁମାର ଦୋରା ଉପସ୍ଥିତ  ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.