ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ: କୋକସରା ବ୍ଲକରେ ମୋ ମାଟି ମୋ ଦେଶ ଅଭିଯାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସମଗ୍ର ଦେଶ ରେ ‘ମୋ ମାଟି ମୋ ଦେଶ’ ଅଭିଯାନ ଆରମ୍ଭ ହୋଇଛି l ସେହିକ୍ରମରେ କୋକସରା ବ୍ଲକ ର ଆମପାଣି ବୁଢାରଜା ପିଠ ରୁ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ନଗର ପରିକ୍ରମା ପରେ ବିଭିନ୍ନ ପଞ୍ଚାୟତ ରେ ଅଭିଯାନ ଚାଲିଛି l ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଆମପାଣି, ବରାଡ଼ଙ୍ଗା, ବଡ଼ପୋଡାଗୁଡା, କାଉଡୋଳା ପଞ୍ଚାୟତ ମାନଙ୍କ ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଙ୍କ ଆହ୍ଵାନ କ୍ରମେ “ମୋ ମାଟି ମୋ ଦେଶ” ଅଭିଯାନ କରଯାଇଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ଏବଂ କୋକସରା ବ୍ଲକ ର ଜନସାଧାରଣ ଙ୍କ ମଧ୍ୟରେ ଦେଶ ଭକ୍ତିର ଭାବନା ଜାଗ୍ରତ କରିବା ଏହି ଅଭିଜାନର ଉଦ୍ଦେଶ୍ୟ l ଗାଁରୁ ଗାଁ ବୁଲି ବୀର ସହିଦଙ୍କ ବାସସ୍ଥାନରୁ ସଂଗ୍ରହ ହେଉଛି ମାଟି । ‘‘ମାଟିକୁ ନମନ ଓ ବୀରଙ୍କୁ ବନ୍ଦନ” ଏହି ଅଭିଯାନରେ ମାଟି ସଂଗ୍ରହ କରାଯାଇ ଦିଲ୍ଲୀର ଅମୃତ ବାଟିକାରେ ସଂଗୃହିତ କରି ରଖାଯିବ । ସଂଗୃହିତ ମାଟିକୁ ପ୍ରଥମେ ବ୍ଲକରେ ରଖାଯାଇ ଭୁବନେଶ୍ବରକୁ ପଠାଯିବ । ଏହାପରେ ଦିଲ୍ଲୀର ଅମୃତ ବାଟିକାକୁ ନିଆଯିବ ଏବଂ ସେଠାରେ ଶହୀଦଙ୍କ ନାମରେ ସମର୍ପିତ କରାଯିବ । ଆମପାଣି ବୁଢାରଜା ପିଠ ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ରେ ଜିଲ୍ଲା ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଜିଲ୍ଲା ଯୁବମୋର୍ଚା ସଭାପତି ବିଜୟଦେବ ସାହୁ, ଜିଲ୍ଲା ଉପସଭାପତି ଲଷ୍ମୀକାନ୍ତ ବାଗ, ଘନଶ୍ୟାମ ଅଗ୍ରୱାଲ, କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର,ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି,ଭଜମନ ନାଏକ, ମଧୁବନ ପାତ୍ର, ସନ୍ତୋଷ ମାଝୀ,ଧରିତ୍ରୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ l ୭୫ ବର୍ଷ ପୂର୍ବେ ଯେଉଁ ସଂଗ୍ରାମୀମାନେ ଶହୀଦ ହୋଇ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲେ, ସେତେବେଳେ ତାଙ୍କର ଯେଉଁ ରାଷ୍ଟ୍ର ଭକ୍ତି ଥିଲା ତାହା ଧୀରେ ଧୀରେ କମିଯିବା ପରି ମନେ ହେଉଛି । ସେଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିବା କୁହନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.