ଜି-୨୦ରେ ଚୀନର ଗୁଇନ୍ଦାଗିରି! ସନ୍ଦିଗ୍ଧ ବ୍ୟାଗକୁ ନେଇ ଜାରି ରହିଛି ତନାଘନା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଚୀନ୍ ପ୍ରତିନିଧି ଦଳ ନିଜ ରୁମ୍ କୁ ୨୦ଟି ବ୍ୟାଗ୍ ନେଇ ଯିବାକୁ ଜିଦ୍ ଧରିଥିଲେ। ରାଜଧାନୀ ଦିଲ୍ଲୀର ତାଜ୍ ପ୍ୟାଲେସ ହୋଟେଲର ଷଷ୍ଠ ମହଲାରେ ଚୀନ୍ ଓ ସତର୍କ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଏହାକୁ ନେଇ ଉଚ୍ଚବାଚ ହୋଇଥିଲା। ଏହାର ଦିନକ ପରେ କିନ୍ତୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଚୀନର ପ୍ରତିନିଧି ମଣ୍ଡଳରେ ଦୂତାବାସ ଅଧିକାରୀଙ୍କ ସମତେ ବେଜିଂରୁ ଆସୁଥିବା ମହିଳା ଅଧିକାରୀ ମଧ୍ୟ ଥିଲେ। ବ୍ୟାଗ୍ଗୁଡ଼ିକୁ ସ୍କାନ୍ କରିବା ପାଇଁ ଭାରତୀୟ ସୁରକ୍ଷା ବାହିନୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯାହାକୁ ନେଇ ଦୀର୍ଘ ୧୨ ଘଣ୍ଟା ଧରି ଏକ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

ରିପୋର୍ଟ ଅନୁଯାୟୀ, ବ୍ୟାଗ୍ ଗୁଡିକ ପ୍ରତିନିଧି ଟିମର ବ୍ୟାଗ ଭଳି ନଥିଲା। ଏକ ସାଧାରଣ ବ୍ୟାଗ ଭଳି ଥିଲା। ଯାହା ଠିକ୍ ଦେଖିବାକୁ ଏକ ସ୍କୁଲ ବ୍ୟାଗ ଭଳି। ତେଣୁ ତୁରନ୍ତ ହୋଟେଲରେ ସୁରକ୍ଷା କର୍ମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରୋଟୋକଲ୍ ପାଳନ ହେଉଥିବାରୁ ଚୀନର ପ୍ରତିନିଧି ଟିମ୍ ବିମାନରୁ ଓହ୍ଲାଇବା ପରେ ସେଗୁଡ଼ିକୁ ଯାଞ୍ଚ କରାଯାଇନଥିଲା। ଏହାପରେ ଭାରତୀୟ ସୁରକ୍ଷା ପ୍ରତିଷ୍ଠାନ ତିନି ଜଣଙ୍କୁ ସେହି ହୋଟେଲ୍ ରୁମ୍ ବାହାରେ ମୁତୟନ କରିଥିଲା ଯେଉଁଠାରେ ବ୍ୟାଗ୍ଗୁଡ଼ିକୁ ନିଆଯାଇଥିଲା। ପ୍ରତି ଘଣ୍ଟାରେ ହୋଟେଲ ବାହାରେ କଡା ପହରା ଜାରି ରହିଥିଲା। ଏହାକୁ ନେଇ ବିବାଦ ଦେଖାଦେବା ପରେ ବ୍ୟାଗ୍ ଗୁଡିକୁ ସେମାନଙ୍କ ଦୂତାବାସକୁ ପଠାଇବାକୁ ରାଜି ହୋଇଥିଲେ। ବ୍ୟାଗ୍ ଗୁଡିକୁ ସ୍କାନ କରିବାକୁ ନଦେବାରୁ ସେମାନଙ୍କୁ ବିକଳ୍ପ ପ୍ରସ୍ତାବ ଭାବେ ନିଜ ଦେଶର ଦୂତାବାସକୁ ପଠାଇବାକୁ କୁହାଯାଇଥିଲା। ଦୂତାବାସରେ ବ୍ୟାଗ୍ ଛାଡ଼ିବା ପରେ ଏହାର ସମାଧାନ ହୋଇଛି ବୋଲି ସୁରକ୍ଷା ପ୍ରତିଷ୍ଠାନ ଆନୁଷ୍ଠାନିକ ଭାବେ କହୁଥିବା ବେଳେ ଉପକରଣ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଥିବା ସୂତ୍ରରୁ ଜଣାପଡ଼ିଛି। ଗୁଇନ୍ଦା ଅଧିକାରୀମାନେ ସେମାନେ ‘ଅଫ-ଦି-ଏୟାର’ ଟାଇପ୍ ସର୍ଭିଲାନ୍ସ ଏବଂ ଜାମିଙ୍ଗ୍ ଡିଭାଇସ୍ ଥିଲେ କି ନାହିଁ ସେ ନେଇ ଖୋଳତାଡ଼ କରୁଛନ୍ତି। ଚୀନର ଏକ ଇଲେକ୍ଟ୍ରୋନିକ୍ସ କମ୍ପାନୀ ସର୍ଭେଲାନ୍ସ ପାଇଁ ଏହି ସିଗ-ଆଇଏନଟି (ସିଗନାଲ-ଇଣ୍ଟେଲିଜେନ୍ସ) ସଂଗ୍ରହକାରୀ ଉପକରଣ ଯୋଗାଇ ଦେଉଥିବା ଜଣା ପଡ଼ିଛି। ଚୀନ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଜି୨୦ ସମ୍ମିଳନୀରେ ଯୋଗ ନଦେଇ ପ୍ରଧାନମନ୍ତ୍ରୀ ଲି ସିଆଙ୍ଗଙ୍କୁ ପଠାଇଥିଲେ। ଶେଷ ମୁହୂର୍ତ୍ତରେ ପହଞ୍ଚିଥିବା ଲି ବରିଷ୍ଠ ନେତାଙ୍କ ପାଇଁ ଉଦ୍ଦିଷ୍ଟ ସାଧାରଣ ‘ବିଶେଷ ବିମାନ’ରେ ଯାତ୍ରା କରିନଥିଲେ ଏବଂ ଏହା ବଦଳରେ ଏକ ଚାଟାର୍ଡ ବିମାନରେ ପହଞ୍ଚିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.