ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ୍

ପ୍ରଥମ ସେମି ଫାଇନାଲରେ ସୋନପୁର ଛକରମାଲ ଓ ଦ୍ଵିତୀୟ ସେମିଫାଇନାଲ ରେ ଉଲୁଣ୍ଡା ବ୍ଲକ ବିଜୟୀ ହୋଇ ଫାଇନାଲରେ ପ୍ରବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ସୋନପୁର ରୟାଲ ପଡିଆ ଠାରେ ଆୟୋଜିତ ପ୍ରଥମ ସେମିଫାଇନାଲ ମ୍ୟାଚ ରେ ବୀରମହାରାଜପୁର ଫୁଲଚରା ଦଳ କୁ ଟ୍ରେବେକର ରେ ୩-୨ ଗୋଲ ରେ ହରାଇ ସୋନପୁର ଛକରମାଲ ଦଳ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଛି l ସେହିପରି ମୁନିସିପାଲିଟି ଚମ୍ପିଆନ ରାମଧୁନ କ୍ଳବ ଓ ଉଲୁଣ୍ଡା ବ୍ଲକ ଚମ୍ପିୟାନ ଦଳ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଉଛି l ଉଲୁଣ୍ଡା ଦଳ ରାମଧୁନ ଦଳ କୁ ଟ୍ରାଇବେକର ରେ ୩-୨ ଗୋଲ ରେ ପରାସ୍ତ କରି ଉଲୁଣ୍ଡା ଦଳ ଫାଇନାଲ କୁ ପ୍ରବେଶ କରିଛି l ଆଜି ର ଏଇ ଉଭୟ ଖେଳ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଏଲଆଇ ଡିଭିଜନ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା, ଆଇପିଇ ସତ୍ୟ ନାରାୟଣ ତ୍ରିପାଠୀ, ତରଭା କଲେଜ ଅଧ୍ୟକ୍ଷା ମିନତୀ ମିଶ୍ର, ସ୍ୱଚ୍ଛ ଭାରତ ସଂଗଠନ ସଭାପତି ସାୟଦ ଅଲିମୁଲ ଇସଲାମ, କାଉନସିଲର ପି. ରାଜ କିଶୋର ରାଓ, ସୁଶାନ୍ତ ବାଗ, ସୁଶାନ୍ତ ସାହୁ ଏବଂ ନିମନ୍ତ୍ରିତ ଅତିଥି ଭାବେ ଭେଟେରାନ ଖେଳାଳି ସୁଶୀଲ ନାଏକ, ତାରିଣୀ ମିଶ୍ର, ଅନନ୍ତ ପାଣିଗ୍ରାହୀ ଯୋଗ ଦେଇ ଖେଳାଳି ଓ ଦର୍ଶକ ଙ୍କୁ ଉତ୍ସାହିତ କରି ମ୍ୟାନ ଅଫ ଦି ମ୍ୟାଚ ଖେଳାଳି ସୁରବ୍ୟ ପଧାନ ଙ୍କୁ ପୁରସ୍କୃତ କରି ଛନ୍ତି l ମୁଖ୍ୟ ରେଫରୀ ଭାବେ ସଂଜୀବ ସାହୁ, ଏଆର ୨ ରେ ପ୍ରମୋଦ ପଟେଲ, ଏ ଆର ୩ ରେ ଅଜିତ ନାଏକ ଓ ଫୋର୍ଥ ଅଫିସିଆଲ ଭାବେ ରାଜେଶ ଥନାପତି ଖେଳ ପରିଚାଳନା କରିଥିଲେ l କ୍ରୀଡା ସଂଘ ର ପୁରୁଷୋତ୍ତମ ପାଣିଗ୍ରାହୀ, ଭୁଲୁଲୁ ବକ୍ସି, ରାଜୀବ ପଟ୍ଟନାଏକ, ହରିହର ପଟ୍ଟନାଏକ, ବିକାଶ ପଣ୍ଡା, ରାଜୀବ ସାହୁ, ସଦାନନ୍ଦ ସାହୁ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ମ୍ୟାଚ କମିଶନର ଭାବେ ସଂଜୀବ ସାହୁ ଦାୟିତ୍ୱ ତୁଲାଇଥିଲେ l ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ ପଣ୍ଡା ଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିବା ବେଳେ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥୀ ଓ ସଞ୍ଜୟ ସାହୁ, ଅତିଥି ପରିଚୟ ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.