ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳର ଯୁବ ନେତା ରିଶି କପୁର ସାହୁଙ୍କୁ ଓଡିଶା ପ୍ରଦେଶ କମିଟି ପକ୍ଷରୁ ଜିଲ୍ଲାର ମୁଖ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଗତକାଲି ଶ୍ରୀ ସାହୁଙ୍କୁ ଜିଲ୍ଲା ମୁଖ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି । ଯୁବ ନେତା ରିଶି କପୁର ସାହୁଙ୍କୁ ଓଡିଶା ପ୍ରଦେଶ କମିଟି ପକ୍ଷରୁ ଜିଲ୍ଲାର ମୁଖପାତ୍ର ଦାୟୀତ୍ୱ ପରେ ତାଙ୍କୁ ସିଡବ୍ୟୁସି ମେମ୍ବର ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଭାରତ ଭୁଷଣ ବେମାଲ, ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ସାଗର ଚରଣ ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବଙ୍କ ସହିତ ଅନେକ ନେତା ଓ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି ।