ଗଞ୍ଜେଇ ସହ ସ୍କୁଟି ଜବତ, ୨ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ଅପରାହ୍ନ ୪ ଟା ସମୟରେ ସୁବର୍ଣ୍ଣପୁର ଅବକାରୀ ବିଭାଗର ସ୍ପେଶିଆଲ ସ୍କ୍ୱାର୍ଡ ମେଟାକାନି ଛକରେ ଏକ ସ୍କୁଟି ଯାହାର ନମ୍ୱର୍ OD15V7145 କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୬ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ସ୍କୁଟି ଚାଳକ ଝାରସୁଗୁଡ଼ା ଜିଲ୍ଲା କଳିଙ୍ଗନଗରର ମେଘରାଜ ବେହେରା ଓ ସହଯୋଗୀ ସମ୍ବଲପୁର ଜିଲ୍ଲା ଭାଲୁପାଲିର ଦିବାକର ପ୍ରଧାନଙ୍କୁ ସୋନପୁର ଅବକାରୀ ପିଏସ କେସ ନଂ ୯୫/୨୩ ରେ ଗିରଫ କରାଯିବା ସହ ଆଜି କୋର୍ଟ ଚାଲାଣ କରାଯାଇ ଥିବା ନେଇ ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.