ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ବିଷଧର ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ଯୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡ଼ିମିରିଆ ପଞ୍ଚାୟତର ବାହୁତୀ ପଲ୍ଲୀ ଗ୍ରାମର ଗଣେଶ ଜେନାଙ୍କ ପୁଅ ମହେଶ୍ୱର ଜେନା (୩୮) ଗତ ୨୧ ତାରିଖ ଖାଇ ପିଇ ଘରେ ଶୋଇଥିଲା। ୨୨ ତାରିଖ ଦିନ ସକାଳୁ ମହେଶ୍ୱର ଅଚେତ ହୋଇ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ପରିବାର ଲୋକେ ଛାନିଆ ହୋଇ ବିଷଧର ସାପ କାମୁଡିବା ସନ୍ଦେହରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ଖବର ପାଇ ଶବ ଯାଞ୍ଚ ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ତେବେ ମହେଶ୍ୱରର ମୃତ୍ଯୁକୁ ନେଇ ତାଙ୍କ ବଡଭାଇ ଭିନ୍ନ ସନ୍ଦେହ କରୁଥିବା ପ୍ରକାଶ।