ବସ୍କିଆପଡା ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୂଆଖାଇ ଭେଟଘାଟ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବରଫା ବସ୍କିଅ‍ାପଡା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ଆବାଳବୃଦ୍ଧବନିତା ସାମିଲ ହୋଇ ପ୍ରବଳ ଉତ୍ସାହ ଉଦ୍ଦୀପନାର ସହିତ ନୂଆଖାଇ ଭେଟଘାଟ କରିଛନ୍ତି। ଗ୍ରାମର ବୟୋଜ୍ୟୋଷ୍ଠ ବ୍ୟକ୍ତି ଯୁଗଳ କିଶୋର ଭୋଇ ଠାକୁରଙ୍କ ପାଖରେ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କନିଷ୍ଠମାନେ ଭୂମିଷ୍ଠ ପ୍ରଣାମ ପୂର୍ବକ ଗୁରୁଜନମାନଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ସୋମନାଥ ଶତପଥୀ, ଟଙ୍କଧର ପଧାନ, ମଦନ ଶବର, ମାଧବ ଶବର, ନୀଳକଣ୍ଠ ଶବର, ନରେନ୍ଦ୍ର ପଧାନ ପ୍ରମୁଖ ଯୁବପିଢ଼ିଙ୍କୁ ଉଦବୋଧନ ଦେଇଥିଲେ। ଏହି ପ୍ରଥା ପରମ୍ପରାକୁ ଆଗକୁ ଯୁବକମାନେ ହିଁ ବଜାୟ ରଖିବେ ବୋଲି ସମସ୍ତେ ଆଶା ବ୍ୟକ୍ତ କରିବା ସହ ଗ୍ରାମରେ ଏହିଭଲି ଭାଇଚାରା ସବୁଦିନ ରଖିବାପାଇଁ ଶପଥ ନେବାକୁ ଉତ୍ସାହିତ କରିଥିଲେ। କୁଞ୍ଜବିହାରୀ ଭୋଇ ଏହି ଗ୍ରାମକୁ ପ୍ରଥମେ କେମିତି ଆସିଥିଲେ ଓ ପୂର୍ବେ କେମିତି ନୂଆଖାଇ ପାଳନ ହେଉଥିଲା, ସେ ଉପରେ ନିଜ ମତ ରଖିଥିଲେ। ସନ୍ଧ୍ୟାରେ ଯୁବକ ଓ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁଶୀଲ ଶବର, ଚୂଡାମଣୀ ଭୋଇ, ଗୋବିନ୍ଦ ଶବର, ମୁନୁ ଭୋଇ, ନବୀନ ଭୋଇ, ଅଭୟ ପଧାନ, ଚୈତନ୍ୟ ଶବର, ଭାସ୍କର ଶବର, ବିଜୟ ମାଝୀ, ଗଜିନ୍ଦ୍ର ଶବର, ହରିଶ୍ ଚନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିବା ବେଳେ ରଞ୍ଜନ ଭୋଇ ଓ ଅମିତ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.