ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଂଘର ନୂଆଖାଇ ଭେଟଘାଟ ଓ ଦ୍ୱିତୀୟ ବୈଠକ 

ଓଡିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ) : ଆଜି ସୁବର୍ଣ୍ଣପୁରର ଇଷ୍ଟଦେଵୀ ମାଁ ସୁରେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଂଘର ନୂଆଖାଇ ଭେଟଘାଟ ଓ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ପିତାମ୍ବର ମହାପାତ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ସଂଘର ଉପଦେଷ୍ଟା ପ୍ରକାଶ ବେବର୍ତ୍ତା, ରାଜେଶ ସେଠି, ଆଶୁତୋଷ ପୁଝାରୀ, ମନରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ୱେବ ମିଡ଼ିଆ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ l ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡିକରେ ଦୁଇ ମାସ ବ୍ୟବଧାନରେ ଥରେ ଜିଲ୍ଲା ସ୍ତରୀୟ ସଭା ଅନୁଷ୍ଠିତ ହେବ ଓ ଜିଲ୍ଲାର ବିଭିନ୍ନ ଜନହିତକର କାର୍ଯ୍ୟ ପାଇଁ ସଂଘ ସବୁବେଳେ ପ୍ରୟାସ ଜାରିରହିବ ବୋଲି ନିଷ୍ପତି ନିଆଯାଇଥିଲା l ସଂଘର ସମ୍ପାଦକ ସହଦେଵ ମେହେର ସଂକ୍ଷିପ୍ତ ବିବରଣୀ ଜ୍ଞାପନ କରିଥିବା ବେଳେ ଏହି ଦିବସରେ ସର୍ଜନ ପାଣ୍ଡେ, ଗୁରୁଦେବ ମେହେର, ଶୋଭାପ୍ରକାଶ ମିଶ୍ର, ମଣ୍ଟୁ ମନ୍ତ୍ରା, ରାଜେଶ ବାଘ, ସୁଦାମ ମେହେର, ଶିଶୁପାଳ ଖମାରି, ରାମଶଙ୍କର ସାମନ୍ତରାୟ, ପ୍ରଶାନ୍ତ ସେଠ, ଗୋପାଳ ମାଝୀ, ପ୍ରହଲ୍ଲାଦ ଦାଶ, ରାମଭକ୍ତ ଷଡ଼ଙ୍ଗୀ, ସାଗର ଜେନା, କିଶୋର ସାହୁ, କଲ୍ୟାଣ ନାଏକ, ସରୋଜ ପଧାନ,ସୁକାନ୍ତ ମିଶ୍ର, ମାନଭଞ୍ଜନ ପୁଝାରୀଙ୍କ ସମତେ ସମସ୍ତ ସଭ୍ୟ ଯୋଗ ଦେଇ ଥିଲେ ପରେ ସଭ୍ୟ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.