ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶାର ପ୍ରସିଦ୍ଧ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରଥମେ ମାଣିକେରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ପରେ ସିଂହପୁର ଶ୍ରୀରାମ ମନ୍ଦିର ମଣ୍ଡପଠାରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ଉକ୍ତ ଦୁଇଟି ସ୍ଥାନରେ ପ୍ରବଚନ ପରେ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମ.ରାମପୁର ପ୍ରବଚନ ସମିତି ଆନୁକୁଲ୍ୟରେ ସମିତିର ସଭାପତି ହୀତେନ୍ଦ୍ର ମହାନ୍ତି, ସମ୍ପାଦକ ବିଭୂତି ଭୂଷଣ ମହାଖୁଡ଼, ସଦସ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ, ସୂର୍ଯ୍ୟସେନ ମହାଖୁଡ଼ଙ୍କ ତତ୍ତ୍ଵାବଧାନରେ ଏହି ପ୍ରବଚନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥି ସହ ସେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, ତୁଜୁଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ତୁଣ୍ଡଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ପର୍ଯ୍ୟାୟକ୍ରମେ ଉଦବୋଧନ ଦେଇଥିଲେ । ଆଜି ଯଜ୍ଞ ଓ ପ୍ରବଚନ ସହ ଏହି କାର୍ଯ୍ୟକ୍ରମ ଉଦଯାପିତ ହେଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରବଚନ ସମିତିର ସଦସ୍ୟମାନେ ସହଯୋଗ କରିଥିଲେ ।