କାଶୀବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଓଡିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କାଶୀବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାଶୀବାହାଲ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩” ଓ “ଓଡିଶା ମିଲେଟ୍ସ ପ୍ରତିଯୋଗିତା” ଅନୁଷ୍ଠିତ ହୋଇଯାଇଛି। କାଶୀବାହାଲ ସିଆରସିସି ରାଜେନ୍ଦ୍ର ଦୁରିଆଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥାଇ ଉଦଘାଟନ କରିଥିଲେ ଓ ମୁଖ୍ୟ ବକ୍ତା ଭାବରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ମନୀଷା ମିଶ୍ର ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁ ସୁରଭିର ୧୦ଗୋଟି ଏବଂ ଓଡିଶା ମିଲେଟ୍ସର ୩ଗୋଟି ବିଷୟରେ ପ୍ରତିଯୋଗିତା ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାକୁ ବିକାଶ କରିବା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠି, ମୁଖ୍ୟ ବକ୍ତା ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାରଙ୍ଗଧର ମୁଣ୍ଡ ସମେତ ବିଶିଷ୍ଟ ଶିକ୍ଷାବିତ ବିଶ୍ୱଜିତ ବେହେରା, କାଉନସିଲର ପ୍ରବୀଣ କୁମାର ପଣ୍ଡା ଓ ପଣ୍ଡୁ ପାତ୍ର ଯୋଗଦାନ କରିଥିଲେ। ଉଦଘାଟନୀ ଓ ଉଦଯାପନୀ ଉଭୟ ଉତ୍ସବରେ କାଶୀବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ସାହୁ ସଭାପତିତ୍ୱ କରି ଥିବାବେଳେ ବ୍ରାହ୍ମଣ ଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକ ଓ ବରିଷ୍ଠ ଶିକ୍ଷକ ପ୍ରେମଲାଲ ଜଗତ ମଞ୍ଚ ପରିଚାଳନା କରିଥିଲେ। ଭାରତ ବନ୍ଧୁ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କାଶୀବାହାଲ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.