ମହାଦେବ ବେଟିଂ ଆପ୍ ମାମଲା: ରଣବୀରଙ୍କ ପରେ ହୁମା, ହୀନା ଓ କପିଲଙ୍କୁ ଇଡିର ସମନ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମହାଦେବ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ଅଭିନେତ୍ରୀ ହୁମା କ୍ୟୁରେଶୀ ଏବଂ ହିନା ଖାନଙ୍କୁ ସମନ କରିଛି। ଏହି ମାମଲାରେ ଅଭିନେତା ରଣବୀର କପୁରଙ୍କୁ ଇଡି ଅକ୍ଟୋବର ୬ ତାରିଖରେ ପଚରାଉଚରା ପାଇଁ ଡକାଇବା ପରେ ଏହା ସ୍ପଷ୍ଟ ହୋଇଛି। ହେଲେ ରଣବୀର ହାଜର ହେବାକୁ ଅଧିକ ସମୟ ଲୋଡ଼ିଥିବା ସୂଚନା ରହିଛି। ସୂତ୍ରରୁ ପ୍ରକାଶ ଯେ ଏହି ମାମଲାରେ ୧୪-୧୫ ଜଣ ସେଲିବ୍ରିଟି ଏବଂ କଳାକାରଙ୍କ ଉପରେ ନଜର ରହିଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ସମନ୍ କରାଯିବ।

Omkar Vasthu
Omkar Vasthu

ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଏକ ଅନଲାଇନ୍ ସିଣ୍ଡିକେଟ୍ ବୋଲି ଅଭିଯୋଗ ହୋଇଛି, ଯାହା ବେଆଇନ ବେଟିଂ ଓ୍ବେବସାଇଟ୍ଗୁଡ଼ିକୁ ନୂଆ ୟୁଜରଙ୍କ ତାଲିକାଭୁକ୍ତ କରିବା, ୟୁଜରଙ୍କ ଆଇଡି ତିଆରି କରିବା ଏବଂ ବେନାମୀ ବ୍ୟାଙ୍କ ଆକାଉଣ୍ଟର ଏକ ସ୍ତରୀକୃତ ଓ୍ବେବ ମାଧ୍ୟମରେ ବେଆଇନ କାରବାରକୁ ସକ୍ଷମ କରିବା ପାଇଁ ଏହି ଅନଲାଇନ୍ ପ୍ଲାଟଫର୍ମର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଏହି ଅନ ଲାଇନ ବେଟିଂରୁ ମିଳିଥିବା ଅର୍ଥକୁ ବଡ଼ ଧରଣର ହାଓ୍ୱଲା ଅପରେସନ କରାଯାଉଛି ବୋଲି ଇଡି କହିଛି। ନିକଟରେ ରାୟପୁର, ଭୋପାଳ, ମୁମ୍ବାଇ ଓ କୋଲକାତାର ୩୯ଟି ସ୍ଥାନରେ ଚଢ଼ଉ କରି ଇଡି ୪୧୭ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରିଛି। ବିଦେଶରେ ମଧ୍ୟ ତଦନ୍ତକୁ ଜୋରଦାର କରିଛି ତଦନ୍ତକାରୀ ସଂସ୍ଥା। ରାୟପୁରର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ସ୍ୱତନ୍ତ୍ର କୋର୍ଟ ମଧ୍ୟ ସନ୍ଦିଗ୍ଧଙ୍କ ବିରୋଧରେ ଜାମିନ ବିହୀନ ପରଓ୍ୱାନା ଜାରି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.