ଇତିହାସ ରଚିଲେ ପ୍ରଣୟ, ୪୧ ବର୍ଷ ପରେ ବ୍ୟାଡମିଂଟନରେ ପଦକ ଜିତିଲା ଭାରତ

ଓଡ଼ିଆ ବାର୍ତ୍ତା/ ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତ ୪୧ ବର୍ଷ ପରେ ବ୍ୟାଡମିଂଟନର ସିଙ୍ଗଲ୍ସ ବିଭାଗରେ ପଦକ ଜିତିବାରେ ସଫଳ ହୋଇଛି । ଏହି କୀର୍ତିମାନ ଏଚଏସ ପ୍ରଣୟ ସ୍ଥାପନ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନା ମୁକାବିଲାରେ ପ୍ରଣୟ ଚୀନର ଲି ଶେଇଫିଙ୍ଗଙ୍କ ନିକଟରୁ ପରାଜିତ ହୋଇଥିଲେ ସୁଦ୍ଧା ସେ ବ୍ରୋଞ୍ଜ ପଦକ ହାତେଇବାରେ ସଫଳ ହୋଇଛନ୍ତି । ୨୧-୧୬ ଓ ୨୧-୯ରେ ଚୀନ ପ୍ରତିଦ୍ୱନ୍ଦ୍ୱୀ ତାଙ୍କୁ ୪୫ ମିନିଟରେ ହରାଇ ଦେଇଥିଲେ । ୧୯୮୨ ସଂସ୍କରଣରେ ସୟେଦ ମୋଦି ଭାରତ ପକ୍ଷରୁ ଶେଷ ଥର ପାଇଁ ପଦକ ଜିତିଥିଲେ । ଗୁରୁବାର ସାତ୍ୱିକ ସାଇରାଜ ରଙ୍କିରେଡୀ ଓ ଚିରାଗ ସେଟ୍ଟୀ ସେମିଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ୧୯୮୨ରେ ଲେରୀ ଡି ସା ଓ ପ୍ରଦୀପ ଗାନ୍ଧେ ପୁରୁଷ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ରଭାବୀ ପ୍ରଦର୍ଶନ ସତ୍ୱେ ପ୍ରଣୟ ସେମିଫାଇନାଲରେ ପରାଜିତ ହେବା ବ୍ୟାଡମିଂଟନ ପ୍ରଶଂସକଙ୍କୁ ନିରାଶ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.