ସୋନପୁର ନିଉ ଷ୍ଟାର କ୍ଲବ ପକ୍ଷରୁ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନିଉ ଷ୍ଟାର କ୍ଲବ ସୋନପୁର ଝୁପୁଡିପଡ଼ାଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ସୁବର୍ଣ୍ଣପୁର ଜିଲ୍ଲା ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ପୌର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ରାମପୁର କଲେଜ ଏମସି ସଭାପତି ରମେଶ ପୂଜାରୀ, ବରିଷ୍ଠ ବିଜେଡି ନେତା କଇରୁ ସ୍ୱାଇଁ, ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ଵଜ ସାହୁ, ପ୍ରଫେସର ନୀଳାମ୍ବର ରାୟଗୁରୁ, ବିଶିଷ୍ଠ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଯୁବ ନେତା ଅଭିମନ୍ୟୁ କୁଶଳ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, କମିଟି ସଭାପତି ଦଧି ହରିପାଳ, ୧ ନମ୍ବର ୱାର୍ଡ କାଉନସିଲର ମୌସୁମୀ ନାଏକ, କ୍ଲବର ବରିଷ୍ଠ କର୍ମକର୍ତ୍ତା ସୁଶାନ୍ତ ବାଗ, ରମାକନ୍ତ ସୁନା, ପିତାମ୍ବର ସୁନା, ସୁରେନ୍ଦ୍ର କୁମ୍ଭାର, ପ୍ରମୁଖ ଯୋଗ ଦେଇ ନୁଆଁଖାଇ ଭାଇଚାରା ସମ୍ପର୍କର ବାର୍ତ୍ତା ପହଞ୍ଚାଏ ବୋଲି କହିଥିଲେ । ପରେ ପରେ ବିଶିଷ୍ଠ କଣ୍ଠ ଶିଳ୍ପୀ ରୁକୁ ସୁନାଙ୍କ ଦ୍ଵାରା ସମ୍ବଲପୁରୀ ମେଲୋଡି ପରିବେଷଣ କରାଯାଇଥିଲା । ରମେଶ ନନ୍ଦ ସଭା ସଂଯୋଜନା କରିଥିବା ବେଳେ ଗଣେଶ୍ୱର ନାଗ, ଶିବୁ ସୁନା, ଗଣେଶ୍ୱର ବାରିକ, ତାରାକାନ୍ତ ସୁନା, ବନବାସ ବାରିକ, ନବ ତାଣ୍ଡି, ନବୀନ ତାଣ୍ଡି, ବାସୁଦେବ ନାଗ, ରାକେଶ ବାରିକ, ମନଭୁଲା ବାଗ, ବବୁଲୁ ଦୀପ, କୁନା ଦୀପଙ୍କ ସହ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.