ତମାଖୁମୁକ୍ତ ସମାଜ ପାଇଁ ଜନ ଜାଗରଣ ଆବଶ୍ୟକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଜାତୀୟ ଟୋବାକୋ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ କୋଟପା ଆକ୍ଟ ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ପ୍ରାକ ପ୍ରଶିକ୍ଷଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ ତମାଖୁମୁକ୍ତ ସମାଜ ପାଇଁ ଜନ ଜାଗରଣ ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋନପୁର ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ସାମାଜିକ କର୍ମୀ କରମଚାନ୍ଦ ମହାନ୍ତି, ଲଛିପୁର ଥାନାଧିକାରୀ ଶୋଭାକର ସେଠ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ରାମଶଙ୍କର ତ୍ରିପାଠୀ ମଞ୍ଚାସୀନ ଥିଲେ। ପ୍ରଶିକ୍ଷଣରେ ଜନ ପ୍ରତିନିଧି, ପୋଲିସ କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀ ଅଂଶଗ୍ରହଣ କରିଥିବା ବେଳେ ଡାକ୍ତର ରାମଶଙ୍କର ତ୍ରିପାଠୀ ଏବଂ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରଶିକ୍ଷକ ଦାୟିତ୍ବ ନିର୍ବାହ କରିଥିଲେ। ପ୍ରଶିକ୍ଷଣ ଶିବିରଟି ବିପିଏମ୍ ପ୍ରିୟରଞ୍ଜନ ସାହୁଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ବିଏଏମ ସୁଜିତ ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତନୁ ମେହେର ଓ ସୀମାଞ୍ଚଳ ଦାସ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.