ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଜିଲ୍ଳାର ନୂତନ ଭୋଟର ପଞ୍ଜିକରଣ ଉପରେ ସମୀକ୍ଷା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସଭା କକ୍ଷରେ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ମହାନ୍ତି ଜିଲ୍ଲାର ନିର୍ବାଚନ ସମ୍ୱନ୍ଧୀୟ ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣର ସ୍ଥିତି, ଅଗ୍ରଗତି ସହ ମୃତ ଓ ସ୍ଥାନାନ୍ତର ଭୋଟରଙ୍କୁ ତାଲିକାରୁ ବାଦ କରିବା ଉପରେ ବିଶେଷ ଆଲୋଚନା କରି ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ କୁ ଧାର୍ଯ୍ୟ ସମୟ ମଧ୍ୟରେ ଶତ ପ୍ରତିଶତ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଉପ- ଜିଲ୍ଲାପାଳ ସୋନପୁର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର  ଲଲାଟେନ୍ଦୁ ସି , ଡେପୁଟି କଲେକ୍ଟର ନିର୍ବାଚନ ବିଭାଗ ଯଶସ୍ୱିନୀ ପୋଥାଲ, ସମସ୍ତ ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.