ଚଇତି ମହୋତ୍ସବର ଦ୍ଵିତୀୟ ରଜନୀ : ବ୍ୟକ୍ତି ସହ ବ୍ୟକ୍ତିର ପରିଚୟ କରାଏ ଚଇତି

ଗାଁ ଗାଁର ହସ୍ତକଳାକୁ ପରିଚିତ କରିପାରିଛି ପଲ୍ଲିଶ୍ରୀ ମେଳା

ଜଳବାୟୁ ସହନଶୀଳତା ପରିବର୍ଦ୍ଧିତା ବ୍ୟବସ୍ଥାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି.. -ଡ଼. ଅରବିନ୍ଦ ପାଢ଼ୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଇତି ମହୋତ୍ସବର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ସ୍ଥାନୀୟ ଏବଂ ଜିଲ୍ଲା ବାହାର ତଥା ବିଭିନ୍ନ ରାଜ୍ୟର କଳାକାରମାନଙ୍କ ନୃତ୍ୟ, କଳା, ସଂଗୀତରେ ବିଭୋର ହୋଇ ଉଠିଥିବା ବେଳେ ଆଜି ଦ୍ଵିତୀୟ ରଜନୀରେ କଣ୍ଠଶିଳ୍ପୀ ନାଭି୍ୟାଙ୍କ ସୁମଧୁର କଣ୍ଠର
ସଂଗୀତ ପରିବେଷଣରେ ଦର୍ଶକ ବିମୋହର ହୋଇଥିଲେ | ଜିଲ୍ଲାପାଳ ତଥା ଚଇତି ପାଳନ ଉତ୍ସବ କମିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ଵଧାଦେବ ସିଂଙ୍କ ପୌରାହିତ୍ୟରେ ଚଇତି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ତଥା ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତାଶୀଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ଯୋଗ ଦେଇଥିଲେ | ସେହିପରି ସମ୍ମାନିତ ଅତିଥି ଭାବେ ଦକ୍ଷିଣାପଶ୍ଚିମାଞ୍ଚଳ ରେଞ୍ଜ କୋରାପୁଟ,ପୋଲିସ ଉପ ମହାନିରୀକ୍ଷକ ଚରଣ ସିଂହ ମୀନା, ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର ଯୋଗ ଦେଇଥିଲେ | ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ଅତିଥି ପରିଚୟ ଦେଇଥିଲେ | ଦ୍ଵିତୀୟ ସନ୍ଧ୍ୟାରେ ମହାରାଷ୍ଟ୍ରର କୋଲି ନୃତ୍ୟ, ନବରଙ୍ଗପୁର ଡିସିସି ତରଫରୁ ଢେମସା ନୃତ୍ୟ, ସୁନ୍ଦରଗଡ଼ର କରମା ନୃତ୍ୟ, କଳାହାଣ୍ଡିର ଘୁମୁରା ନୃତ୍ୟ, ସୁରଭି, ଗାୟତ୍ରୀ କଳା ସଂସ୍ଥାନ ଲୋକ ନୃତ୍ୟ, ରୋୟାଲ ନୃତ୍ୟ ଗ୍ରୁପର କୋରାପୁଟିଆ ଢେମସା,ପୀଡିସି ନୃତ୍ୟ ଗ୍ରୁପର ଗୁରଖି ଢେମସା,ସରୋଜିନୀ ଖୋଶଳାଙ୍କ ସମ୍ବଲପୁରୀ ନୃତ୍ୟ,ନାକଟି ୟୁଥ ସାଇଡ ନୃତ୍ୟ ଗ୍ରୁପର ଆଦିବାସୀ ଢେମସା,ରିଚୁଆଲ ନୃତ୍ୟ ଦଳର ମରାଠୀ ନୃତ୍ୟ ପରିବେଷଣ ହୋଇ ଥିବା ବେଳେ କଣ୍ଠଶିଳ୍ପୀ ନାଭିଆ ସଂଗୀତ ପରିବେଷଣ କରିଥିଲେ | ଅତିଥିମାନଙ୍କ ଦ୍ୱାରା କଳାକାରମାନଙ୍କୁ ଚଇତି ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ରାୟଗଡା ଜିଲ୍ଲାର ଲୁକ୍କାୟିତ ପ୍ରତିଭା ଓ ସମ୍ଭାଭନାକୁ ଚଇତି ମଞ୍ଚରେ ପ୍ରଦର୍ଶିତ କରାଯାଇପାରୁଛି | ଗାଁ ଗାଁ’ର ହସ୍ତକଳାକୁ ପଲ୍ଲିଶ୍ରୀ ମେଳାରେ ଦେଖିବାକୁ ମିଳିଛି | ପୂର୍ବ ଭଳି ଥଣ୍ଡା ଆଉ ଅନୁଭୂତ ହେଉ ନ ଥିବାରୁ ରାୟଗଡା ଠାରେ ସାମଗ୍ରିକ ଜଳବାୟୁ ପରିବର୍ତ୍ତନର ଛାପ ଦେଖିବାକୁ ମିଳୁଛି | ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ଜଳବାୟୁ ପରିବର୍ତ୍ତନରେ ସହନଶୀଳତା ପରିବର୍ଦ୍ଧିତା ବ୍ୟବସ୍ଥା କରିପାରିବା ଏବଂ ସେହି କ୍ରମରେ ଖାଦ୍ୟ ପୃଷ୍ଟିକତା ଓ ଖାଦ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେବା ଓ ମାଣ୍ଡିଆ ଚାଷକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ମୁଖ୍ୟ ଅତିଥି ଭାବେ ପ୍ରମୁଖ ଶାସନ ସଚିବ ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.