ନିଆଁ ଲାଗି ଜଳିଗଲା ଘର ବାଇକ୍ ଓ ସାଇକଲ୍

ଓଡ଼ିଆ ବାର୍ତ୍ତା/ ଥୁଆମୂଲ ରାମପୁର (ପ୍ରଦୀପ କୁମାର ପଣ୍ଡା): ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆଁ ବର୍ଷକୁ ସ୍ଵାଗତ ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ଥିବା ବେଳେ ରବିବାର ସକାଳେ ଥୁଆମୂଳ ରାମପୁର ଥାନା ଅଧିନ ବାଗଡିଆଣି ଗ୍ରାମ ଠାରେ ଘଟିଯାଇଛି ଅଘଟଣ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଉହ୍ଲେଇରେ ଲାଗିଥିବା ନିଆଁ ଦ୍ଵାରା ଜଳି ପୋଡି ପାଉଁଶ ହେଇଯାଇଛି ଜଣକର ଘର ସମେତ ବାଇକ୍, ସାଇକଲ୍ ଓ ସମସ୍ତ ଆସବାବ ପତ୍ର। ଏହାସହ ପଡୋଶୀର ଘର ମଧ୍ୟ ଆଂଶିକ ଭାବେ ପ୍ରଭାବିତ ହେଇଛି। ଏନେଇ ସୂଚନା ପାଇବା ପରେ ଥୁଆମୁଳ ରାମପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ପଡୋଶୀଙ୍କ ଘର ବ୍ୟାପକ କ୍ଷତି ହେବାରୁ ବର୍ତ୍ତି ଯାଇଛି। ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ବାଗଡିଆଣ ଗ୍ରାମର ବିଦ୍ୟାଧର ନାଏକ ନାମକ ଜନୈକ ବ୍ୟକ୍ତିଙ୍କ ଘର ନିକଟରେ କିଛି ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଉହ୍ଲେଇରେ ନିଆଁ ଲଗାଇ ବସି ରହିଥିଲେ। ଅଚାନକ ଏହି ନିଆଁ ବିଦ୍ୟାଧରଙ୍କ ଘରରେ ଲାଗିଯାଇଥିଲା। ମାଟି କାନ୍ଥ ଘର ହେଇଥିବାରୁ ତୁରନ୍ତ ଘର ଜଳିଯାଇ ଘରଭିତରେ ଥିବା ସଇକେଲ ସମେତ ବାଇକରେ ନିଆଁ ଲାଗିଯାଇଥିଲା। ବାଇକର ପେଟ୍ରୋଲରେ ସମ୍ପୂର୍ଣ ଘର ପୋଡି ପାଉଁଶ ହେଇଯାଇଥିବା ବେଳେ ପଡୋଶୀରେ ଥିବା ଯୁଗେଶ୍ଵର ନାଏକଙ୍କ ଘର ଆଂଶିକ ଭାବେ ପୋଡି ଥିବା ଯାଇ ତାଙ୍କ ଘର ଭିତରେ ଥିବା ଆସବାବ ପତ୍ର ପୋଡି ଯାଇଛି। ଘଟଣା ସମ୍ବନ୍ଧରେ ଖବର ପାଇ ଥୁଆମୁଳ ରାମପୁର ଅଗ୍ନିଶମ ବିଭାଗ ହାବିଲଦାର ସୁନିଲ ବେହେରା ନିଜ ଟିମ୍ ନେଇ ପହଂଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ବିଦ୍ୟାଧରଙ୍କ କୌଣସି ସାମଗ୍ରୀ ଆଉ ନଥିଲା। ସବୁ ପୋଡି ପାଉଁଶ ହେଇ ଯାଇଥିବା ବେଳେ ଏବେ ଭରସା କେବଳ ପିନ୍ଧା ଲୁଗା। ଅନ୍ୟପଟେ ସମସ୍ତ ଧାନ ଚାଉଳ ସମେତ ଖାଦ୍ୟ ସାମଗ୍ରୀ ଅନ୍ୟ କାଗଜାତ ସବୁ ପୋଡି ପାଉଁଶ ହେଇଯାଇଛି। ଯେଉଁଥିପାଇଁ ଅସହାୟ ହେଇପଡିଛନ୍ତି ପରିବାର ଲୋକ। ତେଣୁ ତୁରନ୍ତ ସରକାର ଏଥିପ୍ରତି ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.