ସାହିତ୍ୟ ନାଟକ କଳା ପରିଷଦର ରୌପ୍ୟ ଜୟନ୍ତୀ ସମାରୋହ

ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେଖପୁର ସ୍ଥିତ ସାହିତ୍ୟ ନାଟକ କଳା ପରିଷଦର ରୌପ୍ୟ ଜୟନ୍ତୀ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ଏକ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ପ୍ରଥମ କାର୍ଯ୍ୟକ୍ରମ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନର୍ଲା ସରପଞ୍ଚ ତନୁଜା ହରପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ନାଟ୍ୟ ନିର୍ଦେଶକ ତଥା କବି ପଦ୍ମ ଲୋଚନ ମିଶ୍ର, ସମ୍ମାନୀତ ଅତିଥି ଭାବେ ଯୁବ କବି ତଥା ଯୁଗଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ଯୋଗ ଦେଇଥିଲେ। କବି ଶରତ ଭୋଇ ମଞ୍ଚ ପରିଚାଳନା ତଥା କବି ମଧୁ ସୂଦନ ରାଉତ, ଅନୀଲ କୁମାର ସାହୁ, ଝରଣା ପ୍ରଧାନୀ କବିତା ସଂଯୋଜନା କରିଥିଲେ। ଏହି କବି ସମ୍ମିଳନୀରେ ବରିଷ୍ଠ କବି ଗୋପାଳ କୃଷ୍ଣ ମିଶ୍ର, କୁମୁଦ ନାଏକ, ଗଣପତି ନାୟକ, ମାନସ ରଞ୍ଜନ ପ୍ରହରାଜ, ଶିବ ରାମ ସାହୁ, ଅରୁଣ ପ୍ରଧାନୀ, ବିକ୍ରମ ବେହେରା, ହିମାଞ୍ଚଳ ସାହୁ, ପିତାମ୍ବର ଗଉଡ, ନୀଳକଣ୍ଠ ଦଣ୍ଡସେନା ପ୍ରମୁଖ କବିତା ପାଠ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସାହିତ୍ୟ ନାଟକ କଳା ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ସମ୍ପାଦକ ଗୋଲକ ବିହାରୀ ଭୋଇଙ୍କ ସମେତ ସୁରେଶ ଜାଲ, ସତ୍ୟ ଭୋଇ, ଯଦୁମଣି ସେଲମା ଏବଂ ପରିଷଦର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.