ପୁରୁଷୋତ୍ତମପୁର ଏନଏସିରେ ପରିକ୍ରମା ରଥକୁ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୀର ପରିକ୍ରମଣ ରଥ ପାଇଁ ଆଜି ପୁରୁଷୋତ୍ତମପୁର ଏନଏସି ର ଜଗନ୍ନାଥ ମନ୍ଦିର ରୁ ରଥ ପରିକ୍ରମା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଙ୍କ ପ୍ରତକ୍ଷ ସହଯୋଗ ରେ ଏନଏସି ଉପାଧକ୍ଷ, ସମସ୍ତ କାଉନ ସିଲରଏନଏସି ଷ୍ଟାଫ, ଭକ୍ତ, ଶ୍ରଦ୍ଧାଳୁ ସ୍ୱୟଂ ସହାୟିକା ଗୋଷ୍ଠି ଓ ମହିଳା ମାନଙ୍କ ହୁଳହୁଳି, ହରିବୋଲ ଧ୍ଵନିରେ ରଥ ପାଖରେ ଦୀପ ପ୍ରଜ୍ବଳନ, ବନ୍ଦାପନାକରି ଥିଲେ | ସେହି ସମୟ ରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା | ଘର ମାନଙ୍କରୁ ବୟୋଜ୍ୟେଷ୍ଟ ମହିଳା, ପୁରୁଷଙ୍କ ଠାରୁ ବୋହୁ, ଝିଅ ମାନେ ଗୁଆ ସହିତ ଚାଉଳ ଜଗନ୍ନାଥ ଙ୍କ ଉଦେଶ୍ୟରେ ଅର୍ପଣ କରି ପ୍ରଣାମ ଜଣାଇ ଥିଲେ | ଗଜପତି ପୁରୁଷୋତ୍ତମ ଦେବଙ୍କ ସ୍ବପ୍ନ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗ ରେ ଶ୍ରୀମନ୍ଦିର ଚତୁର୍ପାଶ୍ୱ ପରିକ୍ରମଣ ସାର୍ଥକ ହୋଇଛି | ଯାହାପାଇଁ ସମସ୍ତଙ୍କ ମନରେ ଖୁସି, ଏହି ରଥ ଏନଏସିର ୧୪ ଗୋଟି ୱାର୍ଡ ପରିକ୍ରମା କରି ଆସନ୍ତା ୧୭ ତାରିଖ ଦିନ ଜନ ସାଧାରଣ ଙ୍କପ୍ରଦତ୍ତ ଏହି ଗୁଆ ଚାଉଳ ଜଗନ୍ନାଥ ଙ୍କ ପାଖରେ ସମର୍ପିତ କରାଯିବ | ଏହି କାର୍ଯ୍ୟକ୍ରମ ରେ ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନ ସିଲର ଭାସ୍କର ବେହେରା, ଅଶୋକ ମାହାଙ୍କୁଡ, ଲିଙ୍ଗରାଜ ବେହେରା, କେ ପ୍ରମୋଦ କୁମାର ଆଚାରୀ, ସୁଦେଷ୍ଟା ବେହେରା, ଭବାନୀ ଶଙ୍କର ନାହାକ, କାଉନସିଲିର ପ୍ରତିନିଧି ବିଶ୍ୱ ଭୂଷଣ ମହାପାତ୍ର, ରଞ୍ଜନ ବେହେରାଙ୍କ ସହ ସଂଗ୍ରାମ ନାୟକ, ବରୁଣ କୁମାର ବେହେରା, ସିଇଓ ରଞ୍ଜିତା କୁମାରୀ ପଣ୍ଡା, ଅମୁଲ୍ୟ କୁମାର ଦାଶ ଓ ସମସ୍ତ କର୍ମଚାରୀ ଯୋଗ ଦେଇ ଅର୍ପଣ ରଥ ପରିକ୍ରମା କରିବାରେ ସାହାଯ୍ୟ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.