ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଶିଶୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ତଥା ଛାତ୍ର ପରିତୋଷ ନାଏକଙ୍କ ସଂଯୋଜନାରେ ଶିଶୁ ଦିବସ ପାଳିତ ହୋଇଯାଇଛି | ଶିକ୍ଷୟିତ୍ରୀ ଶ୍ଵେତାରାଣୀ ସାହୁ, ଯଶୋବନ୍ତି ଚନ୍ଦନ, ସାବିତ୍ରୀ ରାଜପଲିଆ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ସମୀର ଖର୍ସେଲ ଅତିଥି ଭାବେ ଯୋଗଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୀବନାଦର୍ଶ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଶିଶୁ ମୁହଁରେ ହସ ଫୁଟାଇ ପାରିଲେ ହିଁ ଦୁନିଆଁ ହସିବ ବୋଲି ବକ୍ତାଗଣ ମତ ଦେଇଥିଲେ | ଛାତ୍ରୀ ତୃପ୍ତିମୟୀ ମେହେର ସ୍ୱାଗତ ଭାଷଣ ଦେଇଥିଲେ | ଅଦିତି ରାଜପଲିଆ, ଖନୁଷ୍କା ପଧାନ, ସମୀକ୍ଷା ବାରିକ, ଦୀପ୍ତି କପାଟ, ସୁଦୀପ୍ତା ରାଜପଲିଆ, ବନ୍ଦନା ସେଠିଆ, ତ୍ରିଷ୍ଣା ରାଜପଲିଆ, ଲକ୍ଷ୍ମୀ ଧରୁଆ, ରୁତ୍ଵିକା ରାଜପଲିଆ, ଅର୍ପିତା ପୁଟେଲ, ପ୍ରତୀକ୍ଷା ନାଗ, ସ୍ନେହାରାଣୀ ବେହେରା, ସୌମ୍ୟାରାଣୀ ମେହେର, ଆରୋହୀ ରାଜପଲିଆ, ଆଦିତ୍ୟ ବାଗ, ଆୟୁଷ୍ମାନ ମେହେର, ଫକୀର ବରିହା, ମହେଶ ଖଣ୍ଡଗିରି, ଯୋଗମୟ ବାଗ ପ୍ରମୁଖ ଛାତ୍ରୀଛାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ଛାତ୍ର ଶୁଭମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷୟିତ୍ରୀ ଭାର୍ଗବୀ ରାଜପଲିଆ, ବୈଜୟନ୍ତି ମହାକୁର, ସଙ୍ଗୀତା ବାଗ, ଶିକ୍ଷକ ପ୍ରହ୍ଲାଦ ସିନ୍ଧ୍ରୀଆ, ମୁରଲୀ ହାତୀଖୁଜିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.