ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶ୍ରେଷ୍ଟ ବିଦ୍ୟାଲୟ, ଶ୍ରେଷ୍ଟ ଆଲୁମିନା କମିଟି ଭାବେ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ଗ୍ରହଣ କରିଛି। ଏହି ସଫଳତା ପାଇ ଗ୍ରାମବାସୀ ଏକଜୁଟ ହୋଇ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ, ସହ ଶିକ୍ଷକ ସୁଜିତ୍ କୁମାର ସାହୁ ତମାମ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଶିଶୁଡ଼ିବସ ଅବସରରେ ସ୍ଵାଗତ ତଥା ନଗର ପରିକ୍ରମା କରିବା ସହ ଖୁସି ବ୍ୟକ୍ତ ହୋଇଥିଲେ। ଗାଁ ପ୍ରାରମ୍ଭ ମାଁ ଲଙ୍କେଶ୍ଵରୀ ମନ୍ଦିର ରେ ପୂଜାର୍ଚନା ସହ ବିଦ୍ୟାଳୟର ଉତ୍ତୋର୍ତ୍ତର କାମନା କରିଥିଲେ। ପିଠାରେ ବରିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ, ଉପାଧ୍ୟକ୍ଷ ପ୍ରତିନିଧି ଲାବଣ୍ୟ ବାଣୁଆ, ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ପୂର୍ବତନ ବିଦ୍ୟାଳୟ ସଭାପତି ଉମାଶଙ୍କର ଦୀପ, ଆଲୁମିନା କମିଟି ଅଧକ୍ଷ୍ୟ ଅରବିନ୍ଦ ଶର୍ମା, ସଭାପତି ଜୟରାମ ବାଗ ଉପସ୍ଥିତ ଥିଲେ। ଗୋଷ୍ଟି କାର୍ଯ୍ୟାଳୟ ଜୟପାଟଣା ତରଫରୁ ସହ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପଣ୍ଡା, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ସଭାପତି ପ୍ରମୋଦ କୁମାର ଠାକୁର ସମୂହ ଅତିଥିଙ୍କୁ ଗ୍ରାମ ବାସୀ ପାଛୋଟି ବିଦ୍ୟାଳୟ ଅଭିମୁଖେ ସଙ୍କୀର୍ତ୍ତନ, ବାଜା, ରୋଷଣୀ ସହ ସ୍ବାଗତ କରିଥିଲେ। ପରେ ବିଦ୍ୟାଳୟରେ ଆୟୋଜିତ ଶିଶୁଦିବସ ମଞ୍ଚରେ ତମାମ ଅତିଥି ସହ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଲକ୍ଷ୍ମଣ ନାୟକ, ଦୁଳବ ପୁଝାରୀ, ତରୁଣ ନାଏକ, ପୂର୍ଣ୍ଣମୀ ରାଉତ, ସି ଆର ସି ସି ବେଦବର ନିଆଲ, ରମାକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ମାର୍ଗଦର୍ଶନ ସହ ପ୍ରଧାନ ଶିକ୍ଷକଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ। ତମାମ କାର୍ଯ୍ୟକ୍ରମ ବରିଷ୍ଟ ପୂର୍ବତନ ଛାତ୍ର ଦୀପଚନ ସାହୁ, ସମ୍ପାଦକ ଚିନମୟ ପ୍ରଧନୀ, ବୈଷ୍ଣବ ଦୂର୍ଗା, ଉଦ୍ଧବ ବାଗ, ନିବେଦିତା ବଣୁଆ, ସୁଦାମ ଶବର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।





