ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ବ୍ଲକ ସ୍ତରୀୟ ମଧୁବାବୁ ଭତ୍ତା ବଣ୍ଟନ ସମାରୋହ କାର୍ଯ୍ୟକ୍ରମ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ଭତ୍ତା ପାଇଥିବା ନୂଆ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ମାଣ୍ଡେଲ ସରପଞ୍ଚ ସୁଧାଙ୍ଗନା ନାଏକ, ବାଗପୁର ସରପଞ୍ଚ ଗୋପାଳ ହାତୀ ପ୍ରମୁଖ ଯୋଗଦାନ କରି ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ପ୍ରଥମେ ନର୍ଲା ବିଡିଓ ଶ୍ରୀ ଦୀପ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ମଧୁବାବୁ ଭତ୍ତା ବିଷୟରେ ଉପସ୍ଥିତ ହିତାଧିକାରୀ ମାନଙ୍କୁ ବୁଝାଇଥିଲେ। ଏହାପରେ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ସରକାରଙ୍କର ଏହି ଭତ୍ତା ଯୋଜନାରେ ନର୍ଲା ବ୍ଲକ ଅଧିନସ୍ଥ ୧୬୧୮ ଜଣ ହିତାଧିକାରୀ ମାନଙ୍କୁ ଏହି ଭତ୍ତା ପ୍ରଦାନ କରାଯିବ। ଆଜି ବ୍ଲକ ସ୍ତରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ଗିଗୁଡା, ନର୍ଲା, ମାଣ୍ଡେଲ ଏହି ତିନିଗୋଟି ଗ୍ରାମ ପଞ୍ଚାୟତର ୧୫୦ ଜଣଙ୍କୁ ଦୁଇ ମାସ ଅକ୍ଟୋବର ଓ ନଭେମ୍ବର ମାସର ୨୦୦୦ ଟଙ୍କା ପ୍ରଥମ ଭତ୍ତା ପ୍ରଦାନ କରାଯାଇଥିଲା। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





