ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, କେଓମାଳଠାରେ ମହାନ ଶିଶୁପ୍ରେମୀ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ ଅବସରରେ ଶିଶୁ ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଅନୁଷ୍ଠିତ ରଚନା ପ୍ରତିଯୋଗିତାରେ ରିତେଶ ବାରିକ, ଚିତ୍ରାଙ୍କନରେ ପ୍ରଣତି ବାହିଦାର ଏବଂ ବିତର୍କରେ ବିକାଶ ନନ୍ଦ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ପ୍ରଧାନଶିକ୍ଷକ ରାଜେନ୍ଦ୍ର ସାହୁ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ଶିକ୍ଷକ ସୁଶାନ୍ତ ଭୋଇ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଦୟାସାଗର ପାଣ୍ଡେ, ରାଜେଶ କୁମାର ମେହେର, ନରସିଂହ ସ୍ୱାମୀ ନାଇଡୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତା ଓ ଆତ୍ମବିଶ୍ୱାସ ବୃଦ୍ଧି, ଦେଶପ୍ରେମର ଜାଗରଣ, ଦେଶ ପାଇଁ ଜିଇଁବା ଓ ମରିବାର ମନୋବୃତ୍ତି ନିର୍ମାଣ କରିପାରିଲେ ହିଁ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ସମ୍ଭବ ହୋଇପାରିବ ବୋଲି ବକ୍ତାଗଣ ମତ ରଖିଥିଲେ।





