ଘଣ୍ଟମାଳରେ ଗଡିଲା ଜଗନ୍ନାଥ ରଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳର ୨୬ ଗୋଟି ଗ୍ରାମ ପଞ୍ଚାୟତ ପରିକ୍ରମା କରୁଛି ଜଗନ୍ନାଥ ରଥ। ରାଜ୍ୟରେ ଜଗନ୍ନାଥ ସଂସ୍କୃତିର ପୁନଃଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କର ଏ ଅଭିନବ ପ୍ରୟାସ। ଏହାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି। ଗତ ୫/୧ ରୁ ସାରା ରାଜ୍ୟର ମହିଳା ମାନେ ଓ ଗ୍ରାମ ପଞ୍ଚାୟତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ରାଜ୍ୟର ୩୧୪ ବ୍ଲକର ପ୍ରତି ଗ୍ରାମ ପଞ୍ଚାୟତର ଗାଁ ଗାଁ ପରିକ୍ରମା କରୁଛି ଜଗନ୍ନାଥ ରଥ। ଏହି କ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତର ଘଣ୍ଟମାଳ ଗ୍ରାମ ପରିିକ୍ରମା କରୁଛି ରଥ। ଘଣ୍ଟମାଳର ଯୁବ ସରପଞ୍ଚ ଦେବେନ୍ଦ୍ର ସାଙ୍କ ନେତୃତ୍ୱରେ ସକାଳ ୧୧ ଘଣ୍ଟା ସମୟରେ ଗାଁ ଆରମ୍ଭ ମୁଣ୍ଡରେ ଗ୍ରାମବାସୀ ମହିଳାମାନେ ରଥ ସମ୍ମୁଖରେ ମୁରୁଜରେ ଝୋଟିଦେଇ, କଳସ ସ୍ଥାପନା କରି ରଥକୁ ସିନ୍ଦୁର, ଚନ୍ଦନ, ଧୂପ, ଦୀପ ଦେଇ ନାରୀକେଳ ଭାଙ୍ଗି ପୂଜାପାଠ କରି ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆରତୀ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସିଆରପି, ଏମବିକେ, ଆଶା, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗାଁର ମହିଳାମାନେ ରଥ ପାଖକୁ ଗୋଟିଏ ଗୋଟିଏ ଦନାରେ ଚାଉଳ ଉପରେ ଗୁଆ ରଖି ଏହାକୁ ଜଗନ୍ନାଥ ରଥରେ ସମର୍ପଣ କରିଥିଲେ। ଜଗନ୍ନାଥ ପ୍ରେମୀ ଜନସାଧାରଣ ସମସ୍ତଙ୍କ ଭକ୍ତି ଭାବ ଜଡିତ ରହିଛି। ଏଣୁ ଜଗନ୍ନାଥ ରଥରେ ଲୋକଙ୍କ ଗୁଆ ଚାଉଳ ଜଗନ୍ନାଥଙ୍କ ନିକଟକୁ ପୁରୀ ଯିବ। ଏଣୁ ଏଥିରେ ଲୋକେ ଭାବ ବିହ୍ୱଳ ହୋଇପଡୁଥିବା ଦେଖିବାକୁ ମିଳୁଛି। ରଥ ପରିକ୍ରମା ସମୟରେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ଅଞ୍ଚଳ। ନର୍ଲା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତରେ ରଥ ଗତ ୬/୧ ରୁ ପରିକ୍ରମା ଆରମ୍ଭ ହୋଇଥିବା ବେଳେ ଏହା ୧୨/୧ ଯାଏଁ ପରିକ୍ରମା କରିବ। ଏହି ଜଗନ୍ନାଥ ରଥ ପରିକ୍ରମା ବେଳେ ଗ୍ରାମ ପଞ୍ଚାୟତ ଅଞ୍ଚଳର ପ୍ରତି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ, ଘୁମୁରା ଦଳ, ଖଞ୍ଜଣୀ ଭଳି ସାଂସ୍କୃତିକ ଦଳ ଏଥିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.