ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଧାୟକ ଭୁପିନ୍ଦର ସିଂ ସୋମବାର ସନ୍ଧ୍ୟାରେ ନର୍ଲା ଇଣ୍ଡୋର ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି। ଦୀର୍ଘ ବର୍ଷ ପରେ କ୍ରିଡାବିତମାନଙ୍କ ସ୍ବପ୍ନ ସାକର ହୋଇଛି। ଇଣ୍ଡୋର ଷ୍ଟାଡିୟମ ଲୋକାର୍ପିତ ହେବା ସହ ବ୍ୟାଡମିଣ୍ଟନ ଖେଳ ମଧ୍ୟ ଆରମ୍ଭ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ ନର୍ଲା ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ଲିଲି ଦୀପ, ନର୍ଲା ବ୍ୟାଡମିଣ୍ଟନ ଏସୋସିଏସନ୍ ସଭାପତି ରବୀନ୍ଦ୍ର ସାହୁ, ସାଧାରଣ ସଂପାଦକ ସୁବୋଧ ମିଶ୍ର (ଟିଟୁ), ଯୁବ ଉଦ୍ୟୋଗପତି ବିମଲ କୁମାର କେଡିଆ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ, ଯୁବନେତା ହମେଶ ଜୈନ, କିଶୋର ମାଝୀ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ନର୍ଲା ବିଜେଡ଼ି ସଭାପତି ପରେଶ ପଧାନ, ସାଧାରଣ ସମ୍ପାଦକ ଭୋପାଲ ନାଗ ପ୍ରମୁଖ ମଞ୍ଚାସୀନ ଥିଲେ ଥିଲେ। ବିଶିଷ୍ଟ କ୍ରିଡାବିତ ସୁମନ୍ତ ପୁଝାରୀ ମଞ୍ଚ ସଂଯୋଜନା କରିଥିବାବେଳେ ନର୍ଲା ବ୍ୟାଡମିଣ୍ଟନ ଏସୋସିଏସନର ସାଧାରଣ ସମ୍ପାଦକ ସୁବୋଧ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦୀର୍ଘ ଦିନ ଧରି ନର୍ଲା ଛାତ୍ର ଛାତ୍ରୀ ଓ ଯୁବ କ୍ରୀଡାବିତ ମାନେ ଏହି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ। ଅଞ୍ଚଳ ବାସୀଙ୍କ ସ୍ବପ୍ନ ସାକାର ହୋଇଛି। ନର୍ଲା ହାଇସ୍କୁଲ ପଡ଼ିଆ ପାର୍ଶ୍ୱରେ ନିର୍ମିତ ହୋଇଛି ଇଣ୍ଡୋର ଷ୍ଟାଡିୟମ। ଏହା ବିଧାୟକଙ୍କ ଅନୁଦାନ ପାଣ୍ଠି, ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠି ରେ ନିର୍ମିତ ହେଇଥିବା ନର୍ଲା ବିଧାୟକ ସୂଚନା ଦେଇଛନ୍ତି।