କର୍ଲାମୁଣ୍ଡା ପଞ୍ଚାୟତ ସମିତି ବୈଠକ: ଯୋଗଦେଲେ କଳାହାଣ୍ଡି ସାଂସଦ ଓ ନର୍ଲା ବିଧାୟିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ସଭା ଗୃହ ଠାରେ ଆଜି ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧକ୍ଷ୍ୟା କୁନି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନ ପରେ ଆୟୋଜିତ ଏହି ପ୍ରଥମ ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ମାଲବିକା କେଶରୀ ଦେଓ, ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବିଡ଼ିଓ ମଣ୍ଟୁ ଖମାରୀ, ଜୋନ କ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସହକାରୀ କୃଷି ଅଧିକାରୀ କୁମାର ଚିରଞ୍ଜିବି, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ୱାଗତ କୁମାର ପାଣିଗ୍ରାହୀ, ବିଏସଏଓ ସସ୍ମିତା ପଟେଲ, ଏଇ ସନ୍ଦୀପ କୁମାର ନାଏକ, ଏବିଇଓ ରାମଚନ୍ଦ ସା, ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ କେଦାର ନାଥ ଖମାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା କରିଥିଲେ। ଏଥିରେ ବିଶେଷ କରି ନିକଟରେ ସରକାର ଘୋଷଣା କରିଥିବା ଜୁନିଅର କଲେଜ ତାଲିକାରେ କର୍ଲାମୁଣ୍ଡା ବ୍ଲକର ଗୋଟିଏ ବି ହାଇସ୍କୁଲର ନାଁ ନଥିବାରୁ ଜନପ୍ରତିନିଧି ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏଦିଗରେ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ କର୍ଲାମୁଣ୍ଡା ବ୍ଲକରେ ସରକାରୀ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଖୋଲିବା, କେସିଙ୍ଗା ଠାରୁ କର୍ଲାମୁଣ୍ଡା ବ୍ଲକ ଦେଇ ଖୋର୍ଦ୍ଧାକୁ ରେଳ ଲାଇନ ସଂଯୋଗ କରିବା, ତେଲ ନଦୀରେ ଚେକଡେମ କରାଯିବା ଉପରେ ଦାବୀ ଉପସ୍ଥାପନ ହୋଇଥିଲା। ସ୍ଥାନୀୟ ସମସ୍ୟା ଉପରେ ମଧ୍ୟ ଜନ ପ୍ରତିନିଧି ମାନେ ବିଭିନ୍ନ ପ୍ରସ୍ତାବ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.