ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା କେନ୍ଦୁପତ୍ର ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକସନ ଅନ୍ତର୍ଗତ ଷାଣ୍ଡପାଲି ଗାଁ କେନ୍ଦୁପତ୍ର ଫଡି ପରିସରରେ ଆଜି ସର୍କଲ ଚେକର ଅଶୋକ କୁମାର ଷଡଙ୍ଗୀଙ୍କ ତତ୍ତ୍ଵାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଇଣ୍ଡିଙ୍ଗ ଚେକର ମନବୋଧ ସାହୁ, ସଇଁତଲା ରେଞ୍ଜ ସଭାପତି ଶୁଶାନ୍ତ କୁମାର ମେହେର, ଶୁଭମ ସାଣ୍ଡ, ପ୍ରେମଳାଳ ଶାଣ୍ଡ, ନନ୍ଦଳାଳ ଶାଣ୍ଡ, ମେଟ୍ ଧର୍ମେନ୍ଦ୍ର ଭରାସାଗର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସାଗୁଆନ, ପିଜୁଳି, ଡାଳିମ୍ବ, ଆମ୍ବ, କଦମ୍ବ ସହ ଅନେକ ପ୍ରକାରର ବୃକ୍ଷରୋପଣ କରାଯାଇଥିବା ବେଳେ ସର୍କଲ ଚେକର ଶ୍ରୀ ଷଡଙ୍ଗୀ ବୃକ୍ଷରୋପଣର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।