ନର୍ଲାରୋଡ଼ ରେଳ ଷ୍ଟେସନରେ ପାନୀୟ ଜଳ ସମସ୍ୟା: ଅକାମୀ ହୋଇ ପଡ଼ିଛି ଶୌଚାଳୟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ରେଳ ଷ୍ଟେସନରେ ପାନୀୟ ଜଳର ସମସ୍ୟା ରହୁଥିବା ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ତଳେ ନର୍ଲାରୋଡ଼ ରେଳ ଷ୍ଟେସନ ଉନ୍ନତି କରଣ ପରେ ଷ୍ଟେସନକୁ ଅତ୍ୟାଧୁନିକ ଶୈଳୀରେ ନବୀକରଣ କରାଯାଇ କମ୍ପ୍ୟୁଟରୀ କରଣ ହୋଇଛି। ଅଟୋମେଟିକ ମେସିନ ସବୁ ମାଧ୍ୟମରେ ପରିଚାଳିତ ହେଉଛି। ବାହାରୁ ଦେଖିଲେ ନର୍ଲାରୋଡ଼ ରେଳ ଷ୍ଟେସନ ଚକଚକିଆ ଦିଶୁଛି। ହେଲେ ଏବେ ବି ଅନେକ ଗୁଡ଼ିଏ ସମସ୍ୟା ରହିଛି ନର୍ଲାରୋଡ଼ ରେଳ ଷ୍ଟେସନରେ। ମୂଖ୍ୟତଃ ପାନୀୟ ଜଳର ସମସ୍ୟା ରହିଛି। ନର୍ଲାରୋଡ଼ ରେଳ ଷ୍ଟେସନରେ ଚାରିଗୋଟି ପ୍ଲାଟଫର୍ମ ରହିଛି। ନଂ ୧ ପ୍ଲାଟଫର୍ମ ରେ ଚାରିଗୋଟି ଷ୍ଟାଣ୍ଡ ପୋଷ୍ଟ ରହିଥିବା ବେଳେ ନଂ ୨ ଓ ନଂ ୩ ରେ ଚାରିଗୋଟି ସେହିଭଳି ନଂ ୪ ପ୍ଲାଟଫର୍ମ ରେ ଚାରିଗୋଟି ଏଭଳି ମୋଟ ୧୨ ଗୋଟି ଷ୍ଟିଲର ଷ୍ଟାଣ୍ଡ ପୋଷ୍ଟ ରହିଛି। ସେଥି ମଧ୍ୟରୁ ୨ ଗୋଟି ପୋଷ୍ଟ ଢଳି ପଡ଼ିଥିବା ବେଳେ ବାକି ପୋଷ୍ଟ ଗୁଡିକରେ କାହାର ଟେପ ଭାଙ୍ଗି ଗଲାଣି କୋଉଠି ବିଲକୁଲ ବି ପାଣି ବାହାରୁ ନାହିଁ। ଓଭର ହେଡ ପାଣିଟାଙ୍କି ରହିଛି ସତକଥା ହେଲେ ପୋଷ୍ଟ ଗୁଡ଼ିକ ଭାଙ୍ଗି ଯାଇଥିବାରୁ ପାଣି ପୋଷ୍ଟ ଭିତରେ ଭିତରେ ବୋହିଯାଇ ଡ୍ରେନ ବାଟଦେଇ ନିଷ୍କାସିତ ହୋଇଯାଉଛି।

Omkar Vasthu
Omkar Vasthu

ଅବଶ୍ୟ ନଂ ୧ ପ୍ଲାଟଫର୍ମ ରେ ଗୋଟିଏ ଫ୍ରିଜର ସଂଯୋଗୀ କରଣ ହୋଇ ରହିଛି ହେଲେ ଏହାର ମଧ୍ଯ ଗତି ବିଗିଡି ଯାଇଥିବା ଦେଖିବାକୁ ମିଳୁଛି। ଯାତ୍ରୀଙ୍କ ଭରଷା ପାଲଟିଛି ନଳକୂଅ। ସେଥିରେ ମଧ୍ଯ ଠିକ ଭାବରେ ପାଣି ବାହାରୁ ନାହିଁ।ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍ ଗୁଡ଼ିକ ରହିଲେ ପାଣି ଟିକକ ପାଇଁ ଯାତ୍ରୀ ମାନେ ଏ ପୋଷ୍ଟ ରୁ ସେ ପୋଷ୍ଟ କୁ ଧାଁ ଧୌଡ କରିକି ପାଣି ନପାଇ ନିରାଶ ହେଉଥିବା ଦେଖିବାକୁ ମିଳୁଛି। ସେହିଭଳ ନୂଆ ଭାବରେ ହୋଇଥିବା ଚତୁର୍ଥ ପ୍ଲାଟଫର୍ମ ସାରା ଟାଇଲ କାମ ହୋଇଥିବା ବେଳେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପ୍ଲାଟଫର୍ମ ରେ ଟାଇଲ କାମ ହୋଇନଥିବା ଯୋଗୁଁ ରଫ ହୋଇ ପଡ଼ି ରହିବା ସହିତ ଧୂଳି ଧୂସରିତ ହେଉଥିବା ଦେଖିବାକୁ ମିଳୁଛି। ଯାତ୍ରୀ ଓ ଜନସାଧାରଣଙ୍କ ପାଇଁ ପ୍ରଥମ ପ୍ଲାଟଫର୍ମ ରେ ରହିଥିବା ଦୁଇଗୋଟି ଶୌଚାଳୟ ମଧ୍ୟରୁ ଗୋଟିଏ ଅକାମୀ ହୋଇ ପଡିଥିବା ବେଳେ ଆରଟି ତାଲା ବନ୍ଦ ହୋଇ ରହୁଛି। ସେହିଭଳି ଏମସିଏଲ କମ୍ପାନୀ ତରଫରୁ ସର୍ବ ସାଧାରଣଙ୍କ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ଅତ୍ୟାଧୁନିକ ଶୌଚାଳୟ ମଧ୍ଯ ତାଲା ମରାଯାଇ ପଡି ରହିଛି। ସାଧାରଣ ଲୋକଙ୍କ କାମରେ ଆସୁନି। ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ପଚାରିଲେ ଏହା ଆମକୁ ହସ୍ତାନ୍ତର କରାଯାଇନହିଁ ବୋଲି କହୁଛନ୍ତି। ନର୍ଲାରୋଡ଼ ରେଳ ଷ୍ଟେସନରେ ପାନୀୟ ଜଳ ଓ ଶୌଚାଳୟ ଭଳି ଅନେକ ମୌଳିକ ସମସ୍ୟା ରହିଥିବା ବେଳେ ଏଥିପ୍ରତି କୌଣସି ଅଧିକାରୀଙ୍କ ଧ୍ୟାନ ନାହିଁ। ଏଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବୀ ହେଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.