ଦୟନୀୟ ଅବସ୍ଥାରେ ରାତୁଲ ସାହୁପଡା ରାସ୍ତା; କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତର ରାତୁଲ ୟୁଜି ହାଇସ୍କୁଲ ସମ୍ମୁଖସ୍ଥ ରାସ୍ତାର ପରିସ୍ଥିତି ଦୟନୀୟ ହୋଇପଡିଛି। ଏହାକୁ ରାତୁଲ ସାହୁପଡା ରାସ୍ତା ବୋଲି ମଧ୍ଯ କୁହା ଯାଇଥାଏ। ଆଗରୁ ଏହା କଂକ୍ରିଟ ରାସ୍ତା ରହିଥିଲା। ହେଲେ ଠିକାଦାରଙ୍କ ଲାଭଖୋର ମନୋବୃତି ହେତୁ ନିମ୍ନ ମାନର କାମ ଯୋଗୁଁ ଏହା ଅଳ୍ପ ଦିନ ମଧ୍ୟରେ ଭାଙ୍ଗି ଛିନ୍ନୁଛତ୍ର ହୋଇଗଲା। ଏବେ କାଦୁଅ ଓ ଖାଲମୟ ହୋଇଛି ରାସ୍ତା। ଏହା ଆଜିକାର ସମସ୍ୟା ନୁହଁ। ଦୀର୍ଘ ପାଞ୍ଚ ବର୍ଷ ଧରି ଏହି ରାସ୍ତାର ପରିସ୍ଥିତି କାଦୁଅ ପଚପଚ ହୋଇ ମରଣଯନ୍ତା ପାଲଟିଥିବା ବେଳେ ତତ୍କାଳୀନ ସରପଞ୍ଚଙ୍କୁ ମଧ୍ଯ ଏ ରାସ୍ତାର ସମସ୍ୟା ନେଇ ଲୋକେ ଅନେକ ଅନୁରୋଧ କରିଥିବା ପ୍ରକାଶ କରନ୍ତି। ଗ୍ରାମ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ମଧ୍ୟ କହି କହି ଥକି ପଡିଲେଣି ଲୋକେ। ହେଲେ ଲୋକଙ୍କ ମିନତି ଅରଣ୍ୟରୋଦନ ପାଲଟିଥିବା ଜଣାପଡ଼ିଛି। ଏହି ରାସ୍ତାଟି ହାଇସ୍କୁଲ ସମ୍ମୁଖସ୍ଥ ପ୍ରଧାମନ୍ତ୍ରୀଙ୍କ ଗ୍ରାମ ସଡ଼କକୁ ସଂଯୋଗ କରୁଥିବା ବେଳେ ଏହି ୨୦୦ ମିଟର ରାସ୍ତାଟି ଉପରେ ସାପଦୁହୁନି, ପାଜିଦୁହୁନି, କାଡମ୍, କାରକଟା ଗ୍ରାମର ଜନ ସଧାରଣ ଯିବା ଆସିବାରେ ଓ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ି ଯିବାରେ ମୁଖ୍ୟ ପ୍ରତି ବନ୍ଧକ ସାଜିଛି। ବିଶେଷ କରି ବର୍ଷା ଦିନରେ ଏ ରାସ୍ତାଟି ମରଣ ଜନ୍ତା ସାଜୁଛି କାଦୁଅ ଓ ଖାଲ ଖମାର ଯୋଗୁଁ। ଅନେକ ଲୋକ ବାଇକରୁ ପଡି ଓ ଛାତ୍ରଛାତ୍ରୀ ସାଇକେଲ ରୁ ପଡି ଗୁରୁତର ହୋଇ ପଡ଼ିଥିବା ନଜିର ରହିଛି।

Omkar Vasthu
Omkar Vasthu

ଏହା ଗ୍ରାମ ପଞ୍ଚାୟତ ରାସ୍ତା ହୋଇଥିବା ବେଳେ କାହିକିଁ ନିର୍ମାଣ କରାଯାଉନାହିଁ ବୋଲି ବଡ଼ଧାରପୁର ସରପଞ୍ଚ ପର୍ଶୁରାମ ହରପାଲଙ୍କୁ ପଚାରିବାରୁ ସରକାର ଭତ୍ତା ବୃଦ୍ଧି କରୁ ନଥିବାରୁ ୱାର୍ଡ ସଭ୍ୟ/ ସଭ୍ୟା ମାନେ ଷ୍ଟ୍ରାଇକ କରିଛନ୍ତି। ଏଥିପାଇଁ ଚାରିମାସ ହେଲା ଆମର ଗ୍ରାମ ପଞ୍ଚାୟତ ମିଟିଂ ମଧ୍ୟ ହୋଇପାରିନି। ମିଟିଂ ହୋଇ ରେଜୁଲେସନ ପାସ ହେଲେ ଏ ରାସ୍ତା କାମ ପାଇଁ ଟଙ୍କା ଆଲର୍ଟ ହେବ ଓ ନିର୍ମାଣ କାମ ଆରମ୍ଭ କରାଯିବ। ମୁଁ ନିର୍ବାଚିତ ହୋଇ ଆସିବା ପରେ ଏ ରାସ୍ତାଟି ଉପରେ ମୋର ନଜର ଅଛି। ଏ ରାସ୍ତା ଦେଇ ସ୍କୁଲ ପିଲାମାନେ ପାଠ ପଢ଼ି ଯାଉଛନ୍ତି। ଅନେକ କଷ୍ଟ ଭୋଗୁଛନ୍ତି। ମୋତେ ବି ଦୁଃଖ ଲାଗୁଛି। ଏଣୁ ନିର୍ମାଣ କାମ ତୁରନ୍ତ କରାଯିବ ବୋଲି ସରପଞ୍ଚ ଶ୍ରୀ ହରପାଲ କହୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.