କୋକସରା ଠାରେ ଜିଲ୍ଲାସ୍ତରୀୟ ଆଦିବାସୀ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ନିୟନ୍ତ୍ରିତ ବଜାର ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କୋକସରା ବ୍ଲକ ଆଦିବାସୀ ସଂଘ ସଭାପତି ହେମନ୍ତ ମାଝୀଙ୍କ ତତ୍ୱାବଧାନରେ ୧୧ ଗୋଟି ଆଦିବାସୀ ସମାଜର ଲୋକେ ପାରମ୍ପରିକ ବେଶ ଭୁଷାରେ ସଜ୍ଜିତ ହୋଇ ନୃତ୍ୟ ସଙ୍ଗୀତ ଓ ବାଦ୍ୟର ତାଳେ ତାଳେ ବୁଢ଼ାରଜାଙ୍କ ମଶାଲକୁ ସ୍ୱାଗତ କରି ବଜାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ।

Omkar Vasthu
Omkar Vasthu

ମଶାଲ ସ୍ଥାପନ ପରେ ଅତିଥି ସ୍ୱାଗତ ଓ ଇଷ୍ଟ ଦେବଦେବୀଙ୍କ ପୂଜାର୍ଚନା ହୋଇଥିଲା। ଏହି ଅବସରରେ ଜିଲ୍ଲା ସଭାପତି ପ୍ରକାଶ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଓ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଯୋଗଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅନ୍ୟ ଅତିଥିଙ୍କ ମଧ୍ୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଡିଓ ସ୍ନେହପ୍ରଭା ମାଝୀ, ବିଇଓ ରଶ୍ମିତା ନେତମଙ୍କ ସମେତ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ ଆଦିବାସୀ ସଂଘ ସଭାପତି ଓ କୋକସରା ବ୍ଲକର ଆଦିବାସୀ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମଞ୍ଚାସିନ ଥିଲେ। ବ୍ଲକ ଆଦିବାସୀ ସଂଘ ସଭାପତି ହେମନ୍ତ ମାଝୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିନାଥ ଶବର ମଞ୍ଚ ପରିଚାଳନା କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.