ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବା ଲାଗି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଲଡୁଗାଁ ହେଉଛି ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ। ଏଠାରେ ବିଭିନ୍ନ ପ୍ରକାର ଓ ଦେଶ ବିଦେଶ ର ବ୍ୟବସାୟୀ ମାନେ ବସବାସ କରି ବ୍ୟବସାୟ କରିଥାନ୍ତି। କିଛି ଦିନ ହେବ ଅନୁପ୍ରବେଶ କାରୀଙ୍କ ଦଙ୍ଗା ଓ ବର୍ବରତା ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି। ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳର ସୁରକ୍ଷା ଓ ଶୃଙ୍ଖଳିତ ପରିବେଶ ପାଇଁ ଲଡ଼ୁଗାଁ ଠାରେ ରହୁଥିବା ଅନୁପ୍ରବେଶକାରୀ ବାଂଲାଦେଶୀ ରୋହିଙ୍ଗାକୁ ଗାଁରୁ ତଡିବା ପାଇଁ ସ୍ଥାନୀୟ ଶିତଲା ମାତା ମଣ୍ଡପରେ ଗ୍ରାମବାସୀଙ୍କ ଦ୍ବାରା ଏକ ବୈଠକ ଅନୁଷ୍ଠିତ ହୋଇଛି। ଲଡୁଗାଁରେ ଦିର୍ଘ ବର୍ଷରୁ ବାଂଲାଦେଶୀ ବା ରୋହିଙ୍ଗା ମାନେ ଅନାଧିକୃତ ଭାବେ ରହି କିଏ ମିସ୍ତ୍ରୀ, ଫେରିବାଲା, ଛୋଟ ଛୋଟ ବ୍ୟବସାୟ କରି ଆସୁଛନ୍ତି। ତଥାପି ପୁଲିସ ପ୍ରଶାସନ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, କିମ୍ବା ସେମାନଙ୍କ ପରିଚୟପତ୍ର ଯାଞ୍ଚ କରାଯାଉ ନାହିଁ। ବିଭିନ୍ନ ସମୟରେ ଏହି ଅନୁପ୍ରବେଶକାରୀ ମାନେ ଚୋରୀ, ଡକାୟତିରେ ମଧ୍ୟ ଲିପ୍ତ ରହୁଥିବା ଜଣାପଡିଛି।

Omkar Vasthu
Omkar Vasthu

ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ବାଂଲାଦେଶରେ ଭାରତୀୟ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଖବର ଘୁରି ବୁଲିବା ପରେ ଲୋକଙ୍କ ମନକୁ ବିଚଲିତ କରିଛି। ତେଣୁ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ କିଭଳି ଲଡୁଗାଁ ଗ୍ରାମରୁ ଶାନ୍ତିର ସହ ତଡାଯିବ ସେନେଇ ଆଲେଚନା ହୋଇଥିଲା। ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କ ନାଗରିକତ୍ବ ତୁରନ୍ତ ଯାଞ୍ଚ କରାଯାଉ ବୋଲି ଦାବି ଉଠିଥିଲା। ବୈଠକରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ ଉପରୋକ୍ତ ମତାମତ ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.