ଜିଲ୍ଲା ସ୍ତରୀୟ ଗୁରୁ ଦିବସରେ ସମ୍ମାନୀତ ହେଲେ କୋକସରାର ଦୁଇ ଶିକ୍ଷକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ ଅବସରରେ କୋକସରା ବ୍ଳକର ଦୁଇ ଜଣ ଶିକ୍ଷକ ସମ୍ମାନିତ ହୋଇଛନ୍ତି। କଳାହାଣ୍ଡି ସାଂସଦ ମାଲବିକା କେଶରୀ ଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ରାଜ୍ୟ ସଂଘ ସଭାପତି ଧୀରେନ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଚାରୁଲତା ମହାପାତ୍ର, ସଙ୍ଗୀତା ଦାସ, ହୃଦାନନ୍ଦ ଦ୍ୱିବେଦୀଙ୍କ ଉପସ୍ଥିତିରେ ଶିକ୍ଷକ ଭୁରିଶ୍ରବା ଜାଲ ଓ ଅବସରପ୍ରାପ୍ତ ଶିକ୍ଷକ ଭୋଲା ଶଙ୍କର ସାହୁ ସମ୍ମାନିତ ହୋଇଛନ୍ତି।

Omkar Vasthu
Omkar Vasthu

ସେହିପରି ବିଭିନ୍ନ ସ୍ଥାନରୁ ଆସିଥିବା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କୋକସରା ବ୍ଳକ ଶିକ୍ଷକ ସଂଘର ଉପସଭାପତି ବିର କିଶୋର ନାଗ ଓ ସମ୍ପାଦକ ସୁବାଷ ଚନ୍ଦ୍ର ବାଗଙ୍କ ନେତୃତ୍ବରେ ଶିକ୍ଷକ ଦୁର୍ବଳ ପୁଝାରୀ, ଅଜିତ ସାହୁ, ମଦନଲାଲ ନାଏକ, ଅମୁଲ୍ୟ ବେହେରା, ଜୟନ୍ତ ଦିଶାରୀ, ତ୍ରିନାଥ ନାଗ, ଉମେଶ ସାହୁ, ଚନ୍ଦ୍ର ମୋହନ୍ ପୁଝାରୀ, ବେଣୁଧର ନାଏକ, କପିଲ୍ ଶବର, ଦିଲ୍ଲିପ କୁମାର ସାହୁ, ଲିଙ୍ଗରାଜ ନାଏକ, ମଣିରାମ ମାଝୀ, ସୁମନ ଅର୍ପିତ ପଣ୍ଡା, ଲାବାଣ୍ୟ ରାଉତ ସମେତ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.