ନର୍ଲାରେ ସୁଭଦ୍ରା ସ୍ଵାଗତ ସଚେତନତା କାର୍ଯ୍ୟକ୍ରମ

୨୧ ରୁ ୬୦ ବର୍ଷର ମହିଳା ଯେମିତି ସମସ୍ତେ ସାମିଲ ହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା -ରିପୁନାଥ ସୁନା, ଗୋଷ୍ଠି ଉନ୍ନୟନ ଅଧିକାରୀ ନର୍ଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପ୍ରଶାସନ ତରଫରୁ ସୁଭଦ୍ରା ସ୍ୱାଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିବାର ସକାଳ ୧୦ ଘଣ୍ଟା ସମୟରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ନେତୃତ୍ୱରେ ନର୍ଲା ସିଡିପିଓ ଅଞ୍ଜଳି ପଟ୍ଟନାୟକ, ମିଶନ ଶକ୍ତିର ନର୍ଲା ସଂଯୋଜକ ରୋହିତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନର୍ଲା ଚାରିଛକ ମିଶନ ଶକ୍ତି ଭବନ ନିକଟରୁ ମିଶନ ଶକ୍ତିର ମହିଳା, ଅଙ୍ଗନୱାଡି କର୍ମୀ, ସିଆରପି, ଏମବିକେ ମାନଙ୍କୁ ନେଇ ଏକ ଭବ୍ୟ ସଚେତନତା ଶୋଭାଯାତ୍ରାରେ ମହିଳା ମାନେ ହାତରେ ପ୍ଲା କାର୍ଡ ଧରି ସରକାର କଥା ଦେଇ କଥା ରଖିଲେ, ୨୧ ରୁ ୬୦ ବର୍ଷ ବୟସର ମହିଳା ମାନେ ସମସ୍ତେ ସୁଭଦ୍ରା ଯୋଜନାରେ ପଞ୍ଜି କରଣ କରିବା ନେଇ ସଚେତନତା ଶ୍ଲୋଗାନ ମାନ ଦେଇ ବ୍ଲକ ପର୍ଯ୍ୟନ୍ତ ଯାଇଥିଲେ ।

Omkar Vasthu
Omkar Vasthu

ବ୍ଲକ ପରିସରରେ ବିଡିଓ ଶ୍ରୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ତହସିଲଦାର ବିଶ୍ୱନାଥ କହଁର, ସିଡିପିଓ ଶ୍ରୀମତୀ ପଟ୍ଟନାୟକ, ମିଶନ ଶକ୍ତି ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ, ଜିଲ୍ଲା ନିୟୁଟ୍ରେସନ ପ୍ଲାଣ୍ଟ ମ୍ୟାନେଜର ବିଶ୍ୱଜିତ ଦାସ୍‌, ନର୍ଲା ସେକସନ ଅଫିସର ଦିଗ ପଧାନ, ସୁପରଭାଇଜର ସଂଘମିତ୍ରା ପଟ୍ଟନାୟକ, କୁନ୍ତଳା କୁମାରୀ ନାଗ ପ୍ରମୁଖ ମଞ୍ଚାସୀନ ରହି ସୁଭଦ୍ରା ଯୋଜନା ଓ ଏହାର କାର୍ଯ୍ୟକାରିତା, ଆବେଦନର ପ୍ରଣାଳୀ ବିଷୟରେ ବୁଝାଇଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସୁନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମିଶନ ଶକ୍ତି ବ୍ଲକ ସଂଯୋଜକ ଶ୍ରୀ ବିଶ୍ୱାଳ ସଚେତନତା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମରେ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ, ଅଙ୍ଗନୱାଡି କର୍ମୀ, ସିଆରପି,ଏମବିକେ ମାନେ. ନର୍ଲା ସରପଞ୍ଚ ତନୁଜା ହରପାଲ, ନର୍ଲା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୋନମ ମହାରଣା ପ୍ରମୁଖ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମକୁ ମିଶନ ଶକ୍ତି ସଂଯୋଜକ ଶ୍ରୀ ବିଶ୍ୱାଳ ପରିଚାଳନା କରିଥିବା ବେଳେ, ବିପିସି ଭୋଳାନାଥ ଦାସ, ବିଏଲସି ସନତ କୁମାର ସାହୁ,ନର୍ଲା ମିଶନ ଶକ୍ତିର ସଭାନେତ୍ରୀ ସଙ୍ଗୀତା ଭୋଇ ଓ ସମ୍ପାଦିକା ବିନ୍ଦୁଲତା ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହାପରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା। ୨୧ ରୁ ୬୦ ବର୍ଷ ବୟସର ମହିଳା ଏହି ଯୋଜନାରୁ ଯେମିତି ବାଦ ନପଡନ୍ତି ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ବୋଲି ଉପସ୍ଥିତ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.