ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ରୋଣ ରଣାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ପଞ୍ଚାୟତ ସ୍ଥିତ ଡଙ୍ଗାଯୋର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ରୋଣ ରଣାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିକ୍ଷକ ଦିଲିପ ପରିଛା, ଦିଲିପ ମହାରଣା, ସୋନମ ମାଝୀ ମନୋଜ କୁମାର ଧଙ୍ଗଡାମାଝୀ, ପୁରୁନ୍ଧର ଦୋରାଙ୍କ ନେତ୍ୱତରେ ତଥା ପ୍ରତ୍ୟେକ୍ଷ ତତ୍ଵାବଧାନରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଜ ଦୀର୍ଘଦିନ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ରୋଣ ରଣାଙ୍କୁ ସମସ୍ତ ଶିକ୍ଷକ ମାନଙ୍କ ତରଫରୁ ଉପଢ଼ୌକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ତାଙ୍କ ଅବସର ଜୀବନର ସୁଖ ସମୃଦ୍ଧି କାମନା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ରୋଣ ରଣା ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ସୁଢ଼ଳଦେବ ମୁଣ୍ଡ ଯୋଗଦେଇ ବିଦାୟୀ ଶ୍ରୀ ରଣାଙ୍କ କାର୍ଯ୍ୟକାଳ ଓ ଅବଦାନର ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବନ୍ଧପାରୀ କ୍ଲଷ୍ଟର ସଂଯୋଜକ ତ୍ରିନାଥଶ୍ୟାମ କୁମାର, ଶିକ୍ଷକ ଅନିଳ ତ୍ରିପାଠୀ, ଯୁଧିଷ୍ଠିର ମହାନନ୍ଦ, ସୁଶୀଲ କୁମାର ଦାସ, ମହେଶ୍ୱର ନାଏକ, ମନୋଜ କୁମାର ସାହୁ, ପ୍ରଭାତ କୁମାର ପାଠୀ, ମନୋଜ ଶବର, ପ୍ରମୋଦ କୁମାର ନେଗୀ, ବିରଞ୍ଚି ନାରାୟଣ ଦାସ, ଦିଲିପ କୁମାର ପରିଛା ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବନ୍ଧପାରୀ କ୍ଲଷ୍ଟରର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.