ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ବୁର୍ଲା ସହରର ଏକମାତ୍ର ସରକାରୀ ଉଚ୍ଚବିଦ୍ୟାଳୟର ୧୯୮୩ ସିନିୟର ମାଟ୍ରିକ୍ ବ୍ୟାଚ୍ ଛାତ୍ରଙ୍କ ଏକ ବୈଠକ ପ୍ରଶାନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ବୁର୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି। ବହୁତ ଦିନ ପରେ ପୂରାତନ ଛାତ୍ର ମିଶିବାର ସୁଯୋଗ ପାଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆସନ୍ତା ୧୭ ନଭେମ୍ବର ରବିବାର ଦିନ ପରିବାର ସହିତ ବନ୍ଧୁ ମିଳନ କାର୍ଯ୍ଯକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଦିନ ସମାଜ କଲ୍ୟାଣ ଏବଂ ହିତ ସାଧନ ହେଉଥିବା କିଛି ମହତ୍ତ୍ବ ପୂର୍ଣ୍ଣ କାର୍ଯ୍ୟ ହାତକୁ ନେବାକୁ ଆଜିର ବୈଠକରେ ପ୍ରସ୍ତାବ ନିଆଯାଇଥିଲା। ଶ୍ୟାମ ସୁନ୍ଦର ରେଡ୍ଡୀ, କିଶୋର ବେହେରା, ଉପେନ୍ଦ୍ର ଦେବ ସାହୁ, ସୁଶାନ୍ତ ମିଶ୍ର, ନଳିନୀ କାନ୍ତ ସାହୁ, ପ୍ରଶାନ୍ତ ପାଢୀ, ଗୋବର୍ଦ୍ଧନ ସାହୁ, ଭୁବନେଶ୍ବର ବିଶୋଇ, ଲକ୍ଷ୍ମୀଧର ପ୍ରଧାନଙ୍କ ସମେତ ବହୁ ସଂଖ୍ଯାରେ ବ୍ୟାଚ୍ ଛାତ୍ର ଉପସ୍ଥିତ ଥିଲେ। ଶେଷରେ ଶ୍ୟାମ ସୁନ୍ଦର ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।