କଳାହାଣ୍ଡି ଜିଲ୍ଲା ଭତରା ସମାଜର ଲଡୁକରିଆ ବଂଶୀୟଙ୍କ  ନୂଆଖାଇ ଭେଟଘାଟ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଧାନ ମଣ୍ଡି ଠାରେ କଳାହାଣ୍ଡି ଜିଲ୍ଲା ଭତରା ସମାଜ ର ଲଡୁକରିଆ ମଝୀ ବଂଶୀୟ ପକ୍ଷରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି।

Omkar Vasthu
Omkar Vasthu

ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ୪୨ ଖଣ୍ଡ ଗ୍ରାମ, ବସ୍ତର ଜିଲ୍ଲାର ୫ ଖଣ୍ଡ ଗ୍ରାମ ଏବଂ କଳାହାଣ୍ଡି ଜିଲ୍ଲାର ୨୨ ଖଣ୍ଡ ଗ୍ରାମର ୫୬୫ ପରିବାର ଲଡୁକରିଆ ମାଝୀ ବଂଶଜର ପ୍ରାୟ ୨୦୦୦ ଲୋକ ସାମିଲ ହୋଇ ଭାଇଚାରାର ନିଦର୍ଶନ ଦେଇଥିଲେ। ପ୍ରଥମେ ସମାଜର ଆରାଧ୍ୟ ଦେବତା ଭୈରବ ଦେବଙ୍କୁ ପୂଜାର୍ଚ୍ଚନା କରି ଉପସ୍ଥିତ ଥିବା ସମସ୍ତ ପୁରୁଷ ଓ ମହିଳାମାନେ ନବାନ୍ନ ଭକ୍ଷଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ପରିପ୍ରେକ୍ଷୀରେ ମାଝୀ ବଂଶୀୟ ମୁଖ୍ୟ କର୍ମକର୍ତ୍ତା ବନମାଳୀ ମାଝୀଙ୍କ ଉପସ୍ଥିତିରେ ବଂଶୀୟ ସମ୍ପାଦକ ମହେନ୍ଦ୍ର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମାଝୀ ବଂଶଜ ସଭାପତି ତପନ ମାଝୀ ସ୍ବାଗତ ଭାଷଣ ଦେଇଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାଗିରଥି ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ପୂର୍ବତନ ଜିଲ୍ଲା ସଭାପତି ନିଳକଣ୍ଠ ମାଝୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ଭତରା ସମାଜର କେନ୍ଦ୍ରୀୟ ସଭାପତି ଗରୁଡ ଧ୍ଵଜ ମାଝୀ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର, ଭତରା ସମାଜର କଳାହାଣ୍ଡି ଜିଲ୍ଲା ସମ୍ପାଦକ ଋତୁରାଜ ମାଝୀ, ପୁର୍ବତନ ସମ୍ପାଦକ ସୁଶାନ୍ତ ମାଝୀ, ଆଞ୍ଚଳିକ ସଭାପତି ଗୋପାଳ କୃଷ୍ଣ ପୂଝାରୀ, ଜୟପାଟଣା ବ୍ଲକ ଭତରା ସମାଜର ସଭାପତି ରଣସାଏ ପାତ୍ର,  ନାଟ୍ୟଗୁରୁ କ୍ଷୀରୋଦ ମାଝୀ, ସୁଧିର ପାତ୍ର, ଟେମରା ସରପଞ୍ଚ କ୍ଷତି ରାମ ପାତ୍ର ଗୋପିଚନ ନାଏକ, ବିଜୟ ଦିଶାରୀ, ଅନ୍ତରାମ ବାଣୁଆ, ରେଙ୍ଗାଲପାଲି ଭତରା ସମାଜର ବନ ମାଝୀ, ବିଶ ମାଝୀ, ଟିକେଶ୍ବର ମାଝୀ, ଯଦୁମଣି ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମାଝୀ ବଂଶୀୟ ଝିଅ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.