ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ାରେ ଶିକ୍ଷା ବିଭାଗର ଦ୍ବିତୀୟବର୍ଷ ଏବଂ ତୃତୀୟବର୍ଷର ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ବାଗତ ସମାରୋହ ଆୟୋଜନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ନୂତନ ଶିକ୍ଷା ନୀତିକୁ ପାଥେୟ କରି କିଭଳି ଅଗ୍ରସର କିଭଳି ନୂତନ ମୂଲ୍ୟବୋଧ ତିଆରି କରିବେ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଜବାହାର ରଞ୍ଜନ ପଣ୍ଡା ଯୋଗଦେଇ ଚରିତ୍ର ନିର୍ମାଣରେ ଶିକ୍ଷାର ମହତ୍ତ୍ଵ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବକ୍ତା ଭାବରେ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ଉପସ୍ଥିତ ରହି ଆଜିର ଏକବିଂଶ ଶତାବ୍ଦୀରେ ମଣିଷର ଚେତନାର ବିକାଶରେ ଶିକ୍ଷାର ଭୂମିକା ସଂପର୍କରେ ମତବ୍ୟକ୍ତ କରିଥିଲେ। ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରହଲ୍ଲାଦ ମାଝୀ, ଅଧ୍ୟାପିକା ଜୟଶ୍ରୀ ମାର୍ଥା, ଅଧ୍ୟାପକ ରାଜା ଖାନ୍ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ମୂଲ୍ୟବୋଧ,ସମୟ ସଚେତନତା, ମାନବୀୟ ସମ୍ବେଦନା ସଂପର୍କରେ ଅବଗତ କରାଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭାଗର ଛାତ୍ରୀ ଭାଗ୍ୟଶ୍ରୀ ମହାବତୀ କାର୍ଯ୍ୟକ୍ରମଟିକୁ ସଂଞ୍ଚାଳନ କରିଥିବା ବେଳେ ବିଶ୍ଵାମିତ୍ର ହଂସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଶିକ୍ଷା ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।