ବିଭିନ୍ନ ପ୍ରତିଯୋଗିତାରେ ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲର ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ  ମୁଖ୍ୟ ଜିଲ୍ଲା ମେଡିକାଲ ଓ ଜନସ୍ୱାସ୍ଥ୍ୟ ଅଧିକାରୀ କଳାହାଣ୍ଡି ଦ୍ୱାରା ଆୟୋଜିତ ପ୍ରବନ୍ଧ, ସ୍ଲୋଗାନ, ପୋଷ୍ଟର ପ୍ରସ୍ତୁତିକୁ ନେଇ ହାୟର ସେକେଣ୍ଡାରୀ ସ୍କୁଲ ସ୍ତରରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫ ଜଣ ଛାତ୍ରଛାତ୍ରୀ ସୁଶ୍ରୀ ଶୃତି ସ୍ନେହା ସାହା ସ୍ଲୋଗାନ ଲିଖନରେ ପ୍ରଥମ ସ୍ଥାନ, ସୁଶ୍ରୀ ହେମାଙ୍ଗିନୀ ନାଗ ଦ୍ଵିତୀୟ ସ୍ଥାନ, ପ୍ରବନ୍ଧ ପ୍ରତିଯୋଗିତାରେ ସୁଶ୍ରୀ ପ୍ରାଚୀ ପ୍ରଜ୍ଞା ନାଗ ପ୍ରଥମ ସ୍ଥାନ, ସୁଶ୍ରୀ ଲିପ୍ସା ସାହୁ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାରେ ସୁଶ୍ରୀ ସନ୍ତୋସିନୀ ମେହେର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହିତ ପ୍ରମାଣ ପତ୍ର ଲାଭ କରିଛନ୍ତି ।

Omkar Vasthu
Omkar Vasthu

ସେହିଭଳି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ କଳାହାଣ୍ଡି ଦ୍ୱାରା ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତି ଓ ପର୍ଯ୍ୟଟନ ବିଷୟକୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତାରେ ଶ୍ରୀମାନ ତ୍ରିବିକ୍ରମ ରଣା ପ୍ରଥମ ଅଧିକାର କରି ପୁରସ୍କୃତ ହେବା ସହିତ ପ୍ରଗତି ଅନୁଷ୍ଠାନ ପାଇଁ ଗୌରବ ଆଣି ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ସଫଳତାକୁ ନେଇ ପ୍ରଗତି ଅନୁଷ୍ଠାନର ସେକ୍ରେଟାରୀ ଇଂ ଅଜୟ କୁମାର ପଣ୍ଡା, ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଅଧ୍ୟକ୍ଷ ଶେଷଦେବ ମୁଣ୍ଡ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଭିଭାବକ ଅଭିଭାବିକା ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.