ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ଅବସରରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ଯୋଗଦେଇ ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇବା ସହିତ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା, ବ୍ରହ୍ମପୁର ଜୋନ ଦୁର୍ନୀତି ନିବାରଣ ବିଭାଗ ଓଏସଡି ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ଜି.ତିରୁପତି ରାଓ, ସଭାପତି, ଜିଲ୍ଲାପରିଷଦ, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା ପୌର-ପରିଷଦ ପାରଳାଖେମୁଣ୍ଡି, ଡ଼. ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା-ପରିଷଦ ଗଜପତି ଓ ଶ୍ରୀ ଅନୁପ ପଣ୍ଡା, ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି ବିଷୟରେ ଆଲୋଚନା କରା ଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଏବେ ଠାରୁ ସାଧୁତା, ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ପାଳନ କରିବାକୁ ହେବ ଏବଂ ଦୁର୍ନିତିର ମୂଳ ଉତ୍ପାଟନ ନିମନ୍ତେ ସରକାର, ନାଗରିକ, ଘରୋଇ କ୍ଷେତ୍ରରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଉଚିତ, ଯାହାକି, ସାଧୁତା ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି ସେ କହିଥିଲେ।

ସେହିପରି ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା କହିଥିଲେ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ଉନ୍ନତିରେ ଦୁର୍ନୀତି ବାଧକ ସାଜିଛି, ତେଣୁ ସମାଜର ପ୍ରତ୍ୟେକ ବର୍ଗ ଓ ଦୁର୍ନୀତିର ମୂଳ ଉତ୍ପାଟନ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଥିଲେ। ଗତ ମାସ ୨୮ ଅକ୍ଟୋବର ତାରିଖ ଠାରୁ ନଭେମ୍ବର ୦୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି ବୋଲି ଶ୍ରୀଯୁକ୍ତ ମିଶ୍ର, ଓଏସଡି, ଦୁର୍ନୀତି ନିବାରଣ ଖଣ୍ଡ ବ୍ରହ୍ମପୁର କହିଥିଲେ। ସମସ୍ତ ଅତିଥି ମାନେ ଯୋଗଦେଇ କହିଥିଲେ ଯେ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ବାରା କରା ଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରିବା ସହିତ ସାଧୁତା, ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି କହିଥିଲେ। ସମସ୍ତେ ଏକତ୍ରିତ ହୋଇ ସଚେତନତା ଓ ସତର୍କତା ରହି ଜନସାଧାରଣଙ୍କୁ ଏହି ଦିଗରେ ଅଧିକରୁ ଅଧିକ ସଚେତନ କରାଇବାକୁ ପଡ଼ିବ ବୋଲି କହିଥିଲେ।

ଏହି ଅବସରରେ ଆଜି ସକାଳେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସଚେତନା ରାଲୀ ଆୟୋଜନ କରା ଯାଇଥିଲା। ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ଅନୁଷ୍ଠିତ ହୋଇଥିଲା, ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ବାସୁଦେବ ରାଓ, ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ, ଗଜପତି, ଆଞ୍ଚଳିକ ପରିବହନ (ଏମ.ଭି.ଆଇ.) ଶ୍ରୀ ତୁଷାର ହେମ୍ବ୍ରମ, ଶ୍ରୀ ତ୍ରିଲୋଚନ ଷଡ଼ଙ୍ଗୀ ଦୁର୍ନୀତି ନିବାରଣ ଗଜପତି, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି ଗଣ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.